fbpx

୨ ବର୍ଷ ପରେ ଫେରିବ ସେହି ଅପୂର୍ବ ତିଥି: ଭକ୍ତଙ୍କ ଭିଡ ଭିତରେ ହେବ ଭଗବାନଙ୍କ ସ୍ନାନଯାତ୍ରା

ପୁରୀ: ୨ ବର୍ଷର ଅପେକ୍ଷା ପରେ ଆଜି ପୂରଣ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମଳନର ସ୍ୱପ୍ନ । ୨ ବର୍ଷ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । କିନ୍ତୁ ଚଳିତବର୍ଷ ଭକ୍ତଙ୍କ ଭିଡରେ ସ୍ନାନଯାତ୍ରା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି । ଗତ ଦୁଇ ବର୍ଷରୁ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଏହି ପର୍ବ ଅନୁଷ୍ଠିତ ହେଉଥିଲା । କିନ୍ତୁ କରୋନା ସଂକ୍ରମଣ କମିବା ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିଛି ।

ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଦଇତାପତି ନିଯୋଗ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଦଇତାପତି ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ଏହି ନିଷ୍ପତ୍ତି କୋଟ କୋଟି ଓଡିଆଙ୍କ ମନରେ ଭକ୍ତି ଓ ଚେତନାର ଆଉ ଏକ ଆଶା ଭରି ଦେଇଛି । ୨ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଗତ ଦୁଇ ବର୍ଷରୁ କରୋନା ଏହା ଉପରେ ରୋକ ଲଗାଇଥିଲା । କିନ୍ତୁ ଚଳିତ ବର୍ଷ କରୋନା କଟକଣା ହଟିବା ସହିତ ରାଜ୍ୟରେ ସଂକ୍ରମଣ ମଧ୍ୟ କମ ରହିଛି । ତେଣୁ ସ୍ନାନଯାତ୍ରାରେ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.