fbpx
BSKY
BJD MS SKY
BJD YOUTH SKY

ବିଛିନ୍ନବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ : ସ୍ୱୀକାର କଲେ ସମସ୍ତ ଅପରାଧ

ଶ୍ରୀନଗର: କାଶ୍ମୀର ବିଛିନ୍ନତାବାଦ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୟାସିନ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ ଏନଆଇଏ କୋର୍ଟ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ତେବେ ମଲ୍ଲିକ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଛନ୍ତି । ମଲ୍ଲିକଙ୍କୁ କେତେ ଦଣ୍ଡ ମିଳିବ, ସେନେଇ ମେ’ ୨୫ରେ ଶୁଣାଣି ହେବ । ଆତଙ୍କବାଦୀ ମାମଲାରେ ମଲ୍ଲିକଙ୍କୁ ପ୍ରଥମଥର ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଅନ୍ୟପଟେ ମଲ୍ଲିକଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ କୋଟ ଏନଆଇଏକୁ ନିର୍ଦ୍ଦେଶ ଦେଇଛନ୍ତି । ୧୯୯୦ ପରେ ଘାଟିରେ ଆତଙ୍କବାଦୀ ଘଟଣା ଓ ବିଛିନ୍ନତାବାଦକୁ ପ୍ରୋତ୍ସାହନ ଦେବାରେ ମଲ୍ଲିକଙ୍କ ବଡ଼ ଭୂମିକା ରହିଛି । ନିକଟରେ ସେ ନିଜର ସମସ୍ତ ଅପରାଧକୁ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.