fbpx

ଖେଳ ମଝିରେ ଘଟିଲା ଅଦ୍ଭୁତ ଘଟଣା: କାହିଁକି ମ୍ୟାଚ ଅଧାରୁ ପଡିଆରୁ ବାହାରକୁ ଚାଲିିଗଲେ ଅମ୍ପାୟାର?

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ବିଶ୍ୱବାସୀଙ୍କ ନଜର ଓଚଖ ଉପରେ ରହିଥିବା ବେଳେ ଅନ୍ୟ ପଟେ ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ଚଟଗାଁଓରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଘଟିଛି କିଛି ଏପରି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମ୍ୟାଚ ଅଧାରେ ଛାଡି ହଠାତ ପଡିଆ ବାହାରକୁ ଚାଲି ଯାଇଛନ୍ତି ଅନ ଫିଲ୍ଡ ଅମ୍ପାୟାର ।

ସୂଚନା ଅନୁସାରେ, ମଇଦାନରେ ଉପସ୍ଥିତ ଅମ୍ପାୟାରଙ୍କ ସ୍ଥିତି ସାମାନ୍ୟ ଖରାପ ହୋଇଯିବାରୁ ତାଙ୍କୁ ପଡିଆ ଛାଡି ବାହାରକୁ ଯିବାକୁ ପଡିଥିଲା । ମ୍ୟାଚର ଚତୁର୍ଥ ଦିନରେ ଭୀଷଣ ଗରମ ସମ୍ଭାଳି ନପାରିବାରୁ ଅସୁସ୍ଥ ହୋଇ ପଡିଥିଲେ ଇଂରାଜୀ ଅମ୍ପାୟାର ରିଚର୍ଡ କେଟଲବ୍ରା । ଫଳରେ ମ୍ୟାଚ ଅଧାରୁ ଅମ୍ପାୟାରିଂ ଚାଡି ବାହାରକୁ ଚାଲି ଯାଇଥିଲେ କେଟଲବ୍ରା । ବାଂଲାଦେଶ ପାରିର ୧୩୯ ଓଭର ଶେଷ ହେବା ପରେ ଅମ୍ପାୟାରିଂ ଛାଡି ସେ ପାଭିଲିୟନ ଫେରିଯାଇଥିଲେ । ଏହାପରେ ଟିଭି ଅମ୍ପାୟାର ଜୋ ବିଲସନ ତାଙ୍କ ସ୍ଥାନରେ ଅମ୍ପାୟାରିଂ କରିଥିଲେ ।

ଏଠାରେ ଭୀଷଣ ଗରମ ହେଉଥିବାରୁ ଖେଳ ମଝିରେ ଛତା ମଗାଇବା ସହ ଡ୍ରିଙ୍କସ ବ୍ରେକ ନେଇଥିଲେ ଉଭୟ ଦେଶର ଖେଳାଳି । ତେବେ ଏହି ଘଟରା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି ।

Get real time updates directly on you device, subscribe now.