fbpx

ମଦ ଖୋଜୁଥିଲେ ସରକାରୀ ଅଧିକାରୀ: ବିପୁଳ ପରିମାଣର ମିଳିଲା ରୂପା

ଗୋପାଳଗଞ୍ଜ: ଆଳୁ ଖୋଳୁ ଖୋଳୁ ମହାଦେବ । ମଦ ଖୋଜୁଥିବା ସରକାରୀ ଟିମ ହାତରେ ଲାଗିଛି ବିପୁଳ ପରିମାଣର ରୂପା । ସୂଚନା ଅନୁସାରେ, ବିହାରରେ ମଦ ବନ୍ଦ ଆଇନ ଲାଗୁ ହୋଇଛି । ଏପରି ପରିସ୍ଥିତିରେ ମଦ ବେପାରୀଙ୍କ ବିରୋଧରେ ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ । ମଦ ଜବତ ପାଇଁ ଅନେକ ସ୍ଥାନରେ ରେଡ୍ ଚାଲିଛି । ଏହାରି ମଧ୍ୟରେ ବିହାର ଗୋପାଳଗଞ୍ଜରେ ଏକ୍ସାଇଜ୍ ବିଭାଗର ଟିମକୁ ମିଳିଛି ବଡ଼ ସଫଳତା । ଗୋଟିଏ କାରରୁ ମଦ ବଦଳରେ ୨ କ୍ୱିଣ୍ଟାଲ ରୂପା ଜବତ ହୋଇଛି । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ।

ତେବେ ଏକ୍ସାଇଜ୍ ବିଭାଗର ଟିମ୍ ବୁଧବାର ଦିନ ବେଆଇନ୍ ମଦ ବିକ୍ରିକୁ ନେଇ କୁଚାୟକୋଟ ଥାନା ଅଞ୍ଚଳର ବଲଥରି ଚେକ୍ ପୋଷ୍ଟରେ ଉତ୍ତରପ୍ରଦେଶରୁ ଆସୁଥିବା ଗାଡ଼ିର ଯାଞ୍ଚ କରୁଥିଲା । ସେହି ସମୟରେ ଏକ କାରରୁ ୨୩୨ କିଲୋଗ୍ରାମର ରୂପା ଜବତ ହୋଇଥିଲା ।

ଜବତ ହୋଇଥିବା ରୂପାର ଦାମ୍ ବଜାରରେ ୨ କୋଟିର ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । ଏହି ମାମଲାର କାର୍ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରଖିଛି ପୋଲିସ । ରୂପାକୁ କାର ଯୋଗେ ଉତ୍ତରପ୍ରଦେଶର କାନପୁରରୁ ଦରଭଙ୍ଗା ନିଆଯାଉଥିବା ଜଣାପଡିଛି ।

Get real time updates directly on you device, subscribe now.