fbpx

ଟିକାରେ ଗାଈ ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଗୁଜବ: ଭ୍ୟାକ୍ସିନ ନେବାକୁ ଲୋକେ ଅମଙ୍ଗ

ନୂଆଦିଲ୍ଲୀ, ୧୩ା୩: ହରିୟାଣାରେ କରୋନା ଟିକାକୁ ନେଇ ଏକ ଗୁଜବ ବ୍ୟାପିଛି । ଫଳରେ ଲୋକମାନେ କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଟିକାରେ ଗାଈ ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଏକ ମିଛ ଖବର ପ୍ରଚାରିତ ହୋଇଛି । ଏହି ଘଟଣା ପରେ ଦକ୍ଷିଣ ହରିୟାଣାରେ ଲୋକେ ଟିକା ନେବେ ନାହିଁ ବୋଲି ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି ।

୫୦ରୁ ୬୦ ଜଣ ଲୋକ ଟିକାରେ ଗାଈ ରକ୍ତ ଓ ଘୁଷୁରି ମାଂସ ମିଶିଥିବାରୁ ସେମାନେ ଟିକା ନେବେ ନାହିଁ ବୋଲି ପ୍ରଶାସନକୁ ଚିଠି ଲେଖିଛନ୍ତି । ଏହି ଟିକା ନେଲେ ଲୋକମାନେ ନଂପୁସକ ହୋଇଯିବାର ଭୟ ଲୋକଙ୍କ ମନରେ ରହିଛି । ତେବେ ଏଭଳି ଗୁଜବକୁ ବିଶ୍ୱାସକୁ ନେବା ଅନୁଚିତ । ଟିକା ବିଷୟରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତାର ଅଭାବ ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.