fbpx

ଏସି ଫ୍ୟାନ୍ ଚଳାନ୍ତୁ କିମ୍ବା ୧୦ଟା ଫ୍ଯାନ୍ ଚଲାନ୍ତୁ; ଦେବାକୁ ପଡ଼ିବନି ବିଲ୍, ୨୫ ବର୍ଷ ପାଇଁ ଟେନସନ ଫ୍ରି

AAKASH

ନୂଆଦିଲ୍ଲୀ: ଚଳିତ ବର୍ଷ ଏତେମାତ୍ରାରେ ଗ୍ରୀଷ୍ମ ପ୍ରବାହ ବଢ଼ି ଯାଇଛି ଯେ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଛୁଛି। ଗୋଟିଏ ପଟେ ଗରମ ଓ ଅନ୍ୟପଟେ ପୁଣି ବିଜୁଳି କାଟ ଲୋକଙ୍କୁ କଲବଲ କରୁଛି। ଏଭଳି ପରିସ୍ଥିତିରେ ଆପଣ ସବୁଜ ଶକ୍ତି ସାହାଯ୍ୟରେ ବିଜୁଳି କାଟ ଏବଂ ମହଙ୍ଗା ବିଜୁଳି ବିଲରୁ ମୁକ୍ତି ପାଇପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଘରଛାତରେ ଏକ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ ଏବଂ ତା’ପରେ ଏହା ଟେନସନ ଫ୍ରି ହୋଇଯିବ।

ଖାସ୍ କଥା ହେଉଛି ଏହି କାମ ପାଇଁ ସରକାରଙ୍କ ତରଫରୁ ମଧ୍ୟ ସହାୟତା ମିଳିବ। ତା’ପରେ ପ୍ରତିଦିନ ଘରେ ଏସି, ଫ୍ୟାନ୍ କିମ୍ବା ୧୦ଟି ବଲ୍ବ ଜଳାନ୍ତୁ, ବିଜୁଳି ବିଲ୍ ର ଅସୁବିଧା ଦୂର ହୋଇଯିବ। ଥରେ ଟଙ୍କା ଖର୍ଚ୍ଚ କଲେ ଲମ୍ବା ବିଦ୍ୟୁତ୍ କାଟ ଓ ମହଙ୍ଗା ବିଲ୍ ସମସ୍ୟାରୁ ମୁକ୍ତି ପାଇପାରିବେ। ଯଦି ଆପଣ ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଆକଳନ କରିବାକୁ ପଡିବ ଯେ ଆପଣଙ୍କର ଦୈନିକ ବ୍ୟବହାର କେତେ, ଅର୍ଥାତ୍ ଆପଣଙ୍କୁ ପ୍ରତିଦିନ କେତେ ୟୁନିଟ୍ ବିଜୁଳି ଦରକାର ।

ଏଥିପାଇଁ ଆପଣଙ୍କ ଘରେ କେଉଁ ଉପକରଣ ରହିଛି, କେଉଁ ସବୁ ଜିନିଷ ବିଜୁଳିରେ ଚାଲିଛି ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଯଦି ଆପଣଙ୍କ ଘରେ ୨-୩ଟି ଫ୍ୟାନ୍, ଫ୍ରିଜ୍, ୬-୮ଟି ଏଲ୍ଇଡି ଲାଇଟ୍, ୧ଟି ୱାଟର ମୋଟର ଓ ଟିଭି ଭଳି ଉପକରଣ ରହିଛି, ତେବେ ଆପଣଙ୍କୁ ପ୍ରତିଦିନ ୬ରୁ ୮ ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ ହେବ। ତା’ପରେ ସେହି ଅନୁଯାୟୀ ସୋଲାର ପ୍ୟାନେଲର ସେଟ୍ ଇନଷ୍ଟଲ କରନ୍ତୁ।

ଦୈନିକ ୬ରୁ ୮ ୟୁନିଟ୍ ବିଜୁଳି ପାଇବା ପାଇଁ ଘର ଛାତ ଉପରେ ୨ କିଲୋୱାଟ୍ କ୍ଷମତାବିଶିଷ୍ଟ ସୋଲାର ପ୍ୟାନେଲ୍ ଲଗାଇପାରିବେ। ଏଥିରେ ଆପଣଙ୍କୁ ୪ଟି ସୋଲାର ପ୍ୟାନେଲ ମିଳିବ। ଏହାକୁ ଏକାଠି କରିବାକୁ ପଡ଼ିବ। ମୋନୋପର୍କ ବାଇଫେସିଆଲ ସୋଲାର ପ୍ୟାନେଲ ବର୍ତ୍ତମାନ ନୂତନ ଜ୍ଞାନକୌଶଳର ସୌର ପ୍ୟାନେଲ ଅଟେ। ଏହା ଉଭୟ ଆଗ ଓ ପଛରୁ ଶକ୍ତି ଉତ୍ପାଦନ କରିଥାଏ। ଏହାଦ୍ୱାରା ଆପଣଙ୍କୁ ପ୍ରତିଦିନ ବିଜୁଳି ମିଳିବ।

ଆଉ ଏକ କଥା ଏହି ସରକାରୀ ଯୋଜନାକୁ ବିଶେଷ କରିଥାଏ, ବାସ୍ତବରେ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ଲାଭ ଉଠାଇବା ପାଇଁ ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହି ଯୋଜନା ପାଇଁ ଋଣ ଦେଉଛି । ବ୍ୟାଙ୍କ ୭% ସୁଧରେ ୩ କିଲୋୱାଟ୍ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛି।

କିପରି କରିବେ ପଞ୍ଜୀକରଣ?
• ପ୍ରଥମେ https://pmsuryaghar.gov.in ଅଫିସିଆଲ ୱେବସାଇଟକୁ ଯାଇ ରୁଫଟପ୍ ସୋଲାର ପାଇଁ ଆବେଦନ କରିବାର ବିକଳ୍ପ ଚୟନ କରନ୍ତୁ ।
• ଏବେ ନିଜ ରାଜ୍ୟ ଓ ବିଦ୍ୟୁତ ବିତରଣ କମ୍ପାନୀର ନାମ ଚୟନ କରନ୍ତୁ। ତା’ପରେ ନିଜର ବିଦ୍ୟୁତ ୍ ଉପଭୋକ୍ତା ନମ୍ବର, ମୋବାଇଲ୍ ନମ୍ବର ଏବଂ ଇମେଲ୍ ପ୍ରବେଶ କରନ୍ତୁ।
• ନୂଆ ପେଜରେ ଉପଭୋକ୍ତା ନମ୍ବର ଏବଂ ମୋବାଇଲ ପ୍ରବେଶ କରି ଲଗ୍ ଇନ୍ କରନ୍ତୁ। ଫର୍ମ ଖୋଲିବା ପରେ ଏଥିରେ ଦିଆଯାଇଥିବା ଗାଇଡଲାଇନ ଅନୁଯାୟୀ ରୁଫ୍ ଟପ୍ ସୋଲାର ପ୍ୟାନେଲ ପାଇଁ ଆବେଦନ କରନ୍ତୁ।
• ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପରେ, ଆପଣଙ୍କୁ ସମ୍ଭାବ୍ୟତା ଅନୁମୋଦନ ମିଳିବ, ଏହା ପରେ ଆପଣ ଆପଣଙ୍କ ଡିସ୍କମ୍ ରେ ପଞ୍ଜୀକୃତ ଯେକୌଣସି ବିକ୍ରେତାଙ୍କଠାରୁ ପ୍ଲାଣ୍ଟ ସ୍ଥାପନ କରିବାକୁ ସମର୍ଥ ହେବେ।

Get real time updates directly on you device, subscribe now.