fbpx

ଆଲେଚନାକୁ ଅଗ୍ରାହ୍ୟ କଲା ୟୁକ୍ରେନ, ସବୁ ଦିଗରୁ ଆକ୍ରମଣ ପାଇଁ ସେନାକୁ ନିର୍ଦ୍ଦେଶ ଦେଲା ରୁଷ

ନୂଆଦିଲ୍ଲୀ: ତିନିଦିନ ଧରି ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି ରୁଷ । ଆଉ ଏବେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତୀବ୍ର ହୋଇପାରେ ଯୁଦ୍ଧ । କାରଣ ରୁଷ ରକ୍ଷା ମନ୍ତ୍ରାଳୟ ଚେତାବନୀ ଦେଇଛି ଯେ ଏବେ ୟୁକ୍ରେନ ଉପରେ ସବୁ ଦିଗରୁ ଆକ୍ରମଣ କରାଯିବ ।ରକ୍ଷା ମନ୍ତ୍ରାଳୟ ଅନୁଯାୟୀ ରୁଷ କଥାବାର୍ତ୍ତା ପାଇଁ ୟୁକ୍ରେନକୁ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ୟୁକ୍ରେନ ସ୍ୱୀକାର କରିନାହିଁ, ଏମିତିରେ ଏବେ ବଡ଼ ମାତ୍ରାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କହିଛି ରୁଷ୍ ରକ୍ଷା ମନ୍ତ୍ରାଳୟ ।

ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ସେନାକୁ ଆକ୍ରମଣ ତୀବ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବେ ସବୁ ଦିଗରୁ ଆକ୍ରମଣ ହେବ । କାରଣ କିଭ୍ ବେଲାରୁସରେ ହେବାକୁ ଥିବା ଆଲୋଚନାକୁ ଅଗ୍ରାହ୍ୟ କରିଦେଇଛି ।

ଏହାକୁ ନେଇ ୟୁକ୍ରେନ କୌଣସି ପ୍ରତ୍ରିକ୍ରିୟା ଦେଇନାହିଁ । ଆଉ ଏବେ ଏହି ନିର୍ଦ୍ଦେଶ ପରେ ସ୍ଥିତି ଅଧିକ ଖରାପ ହେବା ନେଇ ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ଶୁକ୍ରବାର ରୁଷ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା ଏବଂ ସେଥିରେ କୁହାଯାଇଥିଲା ଯେ ବେଲାରୁସରେ ରୁଷ ଏକ ପ୍ରତିନିଧିମଣ୍ଡଳ ପଠାଯିବ । କିନ୍ତୁ ଏବେ କୁହାଯାଇଛି ଯେ ରୁଷ ମନ୍ତ୍ରାଳୟର ସେହି ପ୍ରସ୍ତାବକୁ ୟୁକ୍ରେନ ଅଗ୍ରାହ୍ୟ କରିଛି ।

Get real time updates directly on you device, subscribe now.