fbpx

ଆଲାସ୍କା ନିକଟରେ ପ୍ରଥମ ଥର ପାଇଁ ମିଳିତ ପାଟ୍ରୋଲିଂ କଲେ ଋଷ୍ ଓ ଚୀନ୍

ନୂଆଦିଲ୍ଲୀ: ଉତ୍ତର ପ୍ରଶାନ୍ତ ମହାସାଗର ଏବଂ ଆଲାସ୍କା ନିକଟସ୍ଥ ବେରିଙ୍ଗ ସାଗରରେ ରୁଷ୍ ଓ ଚୀନ୍ ମିଳିତ ପାଟ୍ରୋଲିଂ କରିଛନ୍ତି। ଏହି ଦୁଇ ଦେଶ ପୂର୍ବରୁ ଅନେକ ଥର ଏଭଳି କରିସାରିଛନ୍ତି। ବେରିଙ୍ଗ୍ ସାଗରରେ ରୁଷ୍ ନିୟମିତ ଭାବେ ନିଜର ଲଢୁଆ ବିମାନ ଉଡ଼ାଣ କରିଥାଏ। କିନ୍ତୁ ବୁଧବାରର ପାଟ୍ରୋଲିଂରେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ପ୍ରଥମ ଥର ପାଇଁ ଚୀନ୍ ଓ ରୁଷିଆର ଲଢୁଆ ବିମାନକୁ ଏକାଠି ଦେଖିବାକୁ ମିଳିଥିଲା।

ଏହି ପାଟ୍ରୋଲିଂ କୌଣସି ତୃତୀୟ ପକ୍ଷକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ନୁହେଁ ବୋଲି ଉଭୟ ରୁଷିଆ ଓ ଚୀନ୍ କହିଛନ୍ତି। ଆମେରିକା-କାନାଡା ଉତ୍ତର ଆମେରିକୀୟ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ୍ କହିଛି ଯେ ସେମାନେ ବିମାନଗୁଡ଼ିକୁ ଅଟକାଇଥିଲେ, ଯାହା ଅନ୍ତର୍ଜାତୀୟ ଆକାଶମାର୍ଗରେ ଥିଲା ଏବଂ ଏହାକୁ ବିପଦ ଭାବରେ ଦେଖାଯାଉନଥିଲା। କିନ୍ତୁ ଆଲାସ୍କା ସିନେଟର ଲିସା ମୁରକୋସ୍କି ଉଭୟ ଦେଶର ପାଟ୍ରୋଲିଂକୁ ଏକ ଉତ୍ତେଜନାମୂଳକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।

ବର୍ତ୍ତମାନର ଅନ୍ତର୍ଜାତୀୟ ଓ ଆଞ୍ଚଳିକ ପରିସ୍ଥିତି ସହ ଏହି ପାଟ୍ରୋଲିଂର କୌଣସି ସମ୍ପର୍କ ନାହିଁ ବୋଲି ଚୀନ୍ କହିଛି। ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ସେବେଠାରୁ ଚୀନ୍ ଓ ରୁଷିଆ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି।

Get real time updates directly on you device, subscribe now.