fbpx

୬୮ ବର୍ଷର ବନ୍ଧୁତାରେ ଫାଟ! FATFର ‘ବ୍ଲାକ ଲିଷ୍ଟ’ରୁ ଆମକୁ ବଞ୍ଚାଅ, ନଚେତ୍ ତେଲ ଓ ପ୍ରତିରକ୍ଷା ଡିଲ୍ ବାତିଲ, ଭାରତକୁ ରୁଷର ଧମକ- ରିପୋର୍ଟ

ନୂଆଦିଲ୍ଲୀ: ଭାରତ-ରୁଷ ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତା ବିଷୟରେ ସାରା ବିଶ୍ୱ ଭଲରେ ଅବଗତ ଅଛି । ଦେଶ ସ୍ୱାଧିନ ହେବା ପରେ ୧୯୫୫ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସୋଭିଏତ ସଂଘ ଗସ୍ତରେ ଯିବା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କର ମୂଳଦୁଆ ପଡ଼ିଥିଲା । କାରଗିଲ ଯୁଦ୍ଧ, ଭାରତ-ପାକ ବିବାଦ, ୟୁକ୍ରେନ ଯୁଦ୍ଧ ଆଦି ବିଭିନ୍ନ ସମୟରେ ଭାରତକୁ ରୁଷ ସହାୟତାରେ ହାତ ବଢ଼ାଇ ଆସିଛି । ଭାରତ ମଧ୍ୟ ରୁଷ ପରି ପୁରୁଣା ବନ୍ଧୁକୁ ସର୍ବଦା ସମର୍ଥନ ଦେଇ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇ ଆସିଛି ।

ତେବେ ଭାରତ-ରୁଷର ସମ୍ପର୍କକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଫାଫ) ପକ୍ଷରୁ ଗତ ଫେବୃଆରୀ ମାସରେ ରୁଷର ସଦସ୍ୟତା ରଦ୍ଦ କରି ଦିଆଯାଇଥିଲା । ଆସନ୍ତା ଜୁନରେ ଏହାର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରୁଷକୁ ‘ବ୍ଲାକଲିଷ୍ଟ’ ଅନ୍ତର୍ଭୁକ୍ତ କରାଯାଇପାରେ । ଫଳରେ ରୁଷର ଅର୍ଥବ୍ୟବସ୍ଥା ବହୁ କ୍ଷତି ସହିବାର ସମ୍ଭାବନା ରହିଛି । ଭାରତ ଫାଫର ସଦସ୍ୟ ରହିଥିବା ବେଳେ ଏ କ୍ଷେତ୍ରରେ ରୁଷକୁ ସାହାଯ୍ୟ କରିବାକୁ ରୁଷ ଭାରତ ଉପରେ ଚାପ ପ୍ରୟୋଗ କରୁଛି ।

ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ, ଫାଫର ‘ବ୍ଲାକ ଲିଷ୍ଟ ‘ବା ‘ଗ୍ରେ ଲିଷ୍ଟ’ରେ ସାମିଲ ହେବା ଫଳରେ ରୁଷକୁ ପ୍ରବଳ କ୍ଷତିର ସାମ୍ନା କରିବାକୁ ପଡ଼ିପାରେ । ତେଣୁ ଭାରତ ଯଦି ରୁଷକୁ ଏଥିରୁ ନ ବଞ୍ଚାଏ, ତେବେ ଭାରତ ସହିତ ପ୍ରତିରକ୍ଷା ଓ ତୈଳ ଡିଲ୍ ବାତିଲ କରିଦିଆଯିବ । ଭାରତକୁ ରୁଷ ଏପରି ଧମକ ଦେଇଥିବା ନେଇ ଉକ୍ତ ରିପୋର୍ଟରେ କୁହାଯାଇଛି । ତେବେ ଏହି ରିପୋର୍ଟ ପଛର ସତ୍ୟତା କେତେ ତାହା ଦୁଇ ରାଷ୍ଟ୍ର ପକ୍ଷରୁ ପ୍ରତିକ୍ରିୟା ଆସିବା ପରେ ସ୍ପଷ୍ଟ ହୋଇଯିବ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏନେଇ ନିଜର ନାମ ଗୋପନ ରଖି ଜଣେ ରୁଷୀୟ ଅଧିକାର ବୟାନ ଦେଇଥିବା କୁହାଯାଇଛି ।

Get real time updates directly on you device, subscribe now.