fbpx
BJD SKY
BJD SKY

UNSCରେ ନିନ୍ଦା ପସ୍ତାବକୁ ସମର୍ଥନ କଲାନି ଭାରତ, ଧନ୍ୟବାଦ ଦେଲା ରୁଷ

BJD

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବକୁ ଭାରତ ସମର୍ଥନ କରି ନାହିଁ। ଭାରତର ଏହି ସମର୍ଥନକୁ ସ୍ଵାଗତ କରିଛି ରୁଷ। ମିଳିତ ଜାତିସଂଘରେ ରୁଷ ରାଷ୍ଟ୍ରଦୂତ ଓ୍ଵାସିଲି ନେମ୍ବେଜିଆ କହିଛନ୍ତି, ଆମେ ସେହି ଲୋକଙ୍କୁ ଧନ୍ୟବାଦ ଦେଉଛୁ, ଯେଉଁମାନେ ଏହି ପ୍ରସ୍ତାବକୁ ସମର୍ଥନ କରି ନାହାନ୍ତି।

ୟୁକ୍ରେନ ସଙ୍କଟରେ ରୁଷ ବିରୁଦ୍ଧ ନିନ୍ଦା ପ୍ରସ୍ତାବରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତ, ଚୀନ ଏବଂ ୟୁଏଇ ଭୋଟିଂରୁ ଦୂରେଇ ରହିଥିଲେ। ହେଲେ ୧୧ ଦେଶ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ, ମାତ୍ର ରୁଷ ପ୍ରସ୍ତାବ ଉପରେ ଭିଟୋର ଉପଯୋଗ କରିଥିଲା। ପରିଷଦର ସ୍ଥାୟୀ ସଦସ୍ୟ ରୂପେ ରୁଷର ଭିଟୋ ଶକ୍ତି କାରଣରୁ ନିନ୍ଦା ପ୍ରସ୍ତାବ ପାରିତ ହୋଇ ପାରି ନାହିଁ।

ମିଳିତ ଜାତିସଂଘରେ ଆମେରିକା ରାଜଦୂତ ଲିଣ୍ଡା ଥମାସ-ଗ୍ରୀନଫିଲ୍ଡ ମତଦାନ ପରେ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ରୁଷ ଭିଟୋ ଉପଯୋଗ କରି ଆମ ସ୍ଵରକୁ ଦବାଇ ପାରିବ ନାହିଁ। ସତ୍ୟକୁ ଭିଟୋ ଜରିଆରେ ଲୁଚାଇ ପାରିବ ନାହିଁ। ଆମ ସିନ୍ଧାନ୍ତକୁ ଭିଟୋ ଜରିଆରେ ଦବେଇ ପାରିବ ନାହିଁ। ୟୁକ୍ରେନବାସୀଙ୍କ ପ୍ରତି ଏମିତି ଅନ୍ୟାୟ କରି ପାରିବ ନାହିଁ।

ସୂଚନାଯୋଗ୍ୟ, ଭାରତ ପ୍ରସ୍ତାବ ଉପରେ ଭୋଟିଂରୁ ଦୂରେଇ ରହି ସ୍ପଷ୍ଟୀକରଣ ଜାରି କରିଛି। ଭାରତ କହିଛି ଆମ ସମସ୍ତଙ୍କର ସାର୍ବଭୌମ ଏବଂ ଅଖଣ୍ଡତାର ସମ୍ମାନ କରିବା ଉଚିତ୍। ଭୋଟିଂରୁ ଦୂରେଇ ରହିବା ପଛରେ ଭାରତର ରଣନୀତି ମଧ୍ୟ ରହିଛି। ରୁଷ ଏବଂ ଆମେରିକା ସହ ଉତ୍ତମ ସଂପର୍କ ସ୍ଥାପନକୁ ଭାରତ ଗୁରୁତ୍ଵ ଦେଇଛି। ତେଣୁ ଭାରତ ୟୁକ୍ରେନ ମାମଲାରେ ଗୋଟିଏ ପକ୍ଷକୁ ସମର୍ଥନ କରିବାରୁ ନିବୃତ୍ତ ରହିବାକୁ ଶ୍ରେୟ ମଣିଛି।

Get real time updates directly on you device, subscribe now.