fbpx

Russia Ukraine War : ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ସେମାନେ ପରସ୍ପରଙ୍କ ସେନାକୁ ଆଟାକ୍ କରୁଥିବା ବେଳେ ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ କରିଛି ଜାତିସଂଘ । ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି ହୋଇଛି । ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ୨୪ ଘଣ୍ଟିଆ ହେଲପ ଲାଇନ୍ ନମ୍ବର ଜାରି ହୋଇଛି । ହେଲପ ଲାଇନ୍ ନମ୍ବର ହେଉଛି >> +୩୮୦-୯୯୭୩୦୦୪୨୮, ୯୯୭୩୦୦୪୮୩ ।

ଦୂତାବାସର ସୂଚନା ଅନୁସାରେ, ‘ୟୁକ୍ରେନ ପରିସ୍ଥିତି ଚିନ୍ତାଜନକ ରହିଛି । ଭାରତୀୟମାନଙ୍କୁ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି ।’

ଅନ୍ୟପଟେ ୟୁକ୍ରେନ ସୂଚନା ପାଇଁ ଦିଲ୍ଲୀ କଣ୍ଟ୍ରୋଲରୁମର ବ୍ୟବସ୍ଥା ହୋଇଛି । ଦିଲ୍ଲୀରେ ଥିବା କଣ୍ଟ୍ରୋଲରୁମରୁ ସମସ୍ତ ତଥ୍ୟ ମିଳିବ । କଣ୍ଟ୍ରୋଲ ରୁମ ନମ୍ବର ହେଉଛି -୧୮୦୦୧୧୮୭୯୭ । ଦିଲ୍ଲୀ ହେଲ୍ପ ଲାଇନ୍ ନମ୍ବର ହେଉଛି- (୦୧୧) ୨୩୦୧୨୧୧୩,୨୩୦୧୪୧୦୪, ୨୩୦୧୭୯୦୫ ।

Get real time updates directly on you device, subscribe now.