fbpx
BSKY
BJD YOUTH SKY
BJD MS SKY

ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ,ଜାହାଜରୁ ମିଳିଲା ମୃତ ଦେହ

ଭୁବନେଶ୍ୱର:ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ ।ଋଷୀୟ ଚିପ ଇଞ୍ଜିନିୟର ମିଲ ୟାକୁବ ସର୍ଜଇ ବୋଲି ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ପାରାଦୀପ ପୋର୍ଟର ଆଙ୍କରେଜରେ ଥିବା ଏକ ଜାହାଜରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୋଷ୍ଟମଟମ ରିପୋର୍ଟ ଆସିବା ପରେ ହିଁ ଏହା ବିଷୟରେ ସୂଚନା ମିଳିବ ବୋଲି ପାରାଦୀପ ପୋର୍ଟ ଅଧ୍ୟକ୍ଷ ସୂଚନା ଦେଇଥିଲେ । ମୃତକ ଜଣକ ଋଷୀୟ ଜାହାଜର ଚିପ ଇଞ୍ଜିନିୟର ଥିଲେ ।

ତେବେ କିଛି ଦିନ ତଳେ ଦୁଇଜଣ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ଦେଇ ବର୍ତ୍ତମାନ ସୁଦ୍ଧା ଖୋଳତାଡ ଚାଲିଛି । କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି । ତେବେ ଏହା ଭିତରେ ପୁଣି ଆଉ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ତେବେ କେଉଁ କାରଣରୁ ଏହି ଅଘଟଣ ହୋଇ ଚାଲିଛି ତାହାର କୌଣସି ସୂଚନା ନଥିବା ବେଳେ ଏହା ସହିତ କାହାର ଲିଙ୍କ ରହିଛି ଏବେ ପର୍ଯ୍ୟନ୍ତ ପୋଲିସ ଏହାର ସୂଚନା ପାଇ ପାରୁନାହିଁ । ପୁଣି ଏହା ଭିତରେ ଆଉ ଜଣେ ଋଷୀୟ ନାଗରିକଙ୍କ ଜୀବନ ଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ,ତାଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି ତାହା ପୋଷ୍ଟମୋଟମ ରିର୍ପୋଟ ଆସିଲା ପରେ ହିଁ ଜଣା ପଡିବ ।

Get real time updates directly on you device, subscribe now.