fbpx

୧୩ ହଜାର ଫୁଟ ଉଚ୍ଚରୁ ପାରାଚୁଟରେ ଓହ୍ଲାଇଲା ସୁପର ଡଗ୍ ସୋଲଜର

ନୂଆଦିଲ୍ଲୀ: କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଇଥାଏ । ଏହି କାରଣରୁ ଲୋକେ ଘରେ କୁକୁର ପାଳୁଥିବା ବେଳେ ପୁଲିସ, ଅଗ୍ନିଶମ ବିଭାଗ ଏବଂ ସେନା ସହିତ ମଧ୍ୟ କୁକୁର କାମ କରିଥାଏ । ଏହି କୁକୁର ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ବେଳେ ମୁଖ୍ୟତଃ କାନାଇନ୍ ପ୍ରଜାତିର କୁକୁରଙ୍କୁ ସେନାରେ ସାମିଲ କରାଯାଇଥାଏ । ଏହି କ୍ଷେତ୍ରରେ ଋଷିଆ ଆଉ ଏକ ପାଦ ଆଗକୁ ବଢିଛି । କୁକୁର ମାନଙ୍କୁ ବିମାନରୁ ପାରାଚୁଟ୍(ଆକାଶ ଛତା) ଜରିଆରେ ଓହ୍ଲାଇବାର ପ୍ରଶିକ୍ଷଣ ଦେଉଛି ଋଷିଆ । ନିକଟରେ ଋଷ ସରକାରଙ୍କ ବିମାନ ମନ୍ତ୍ରାଳୟ ପକ୍ଷରୁ ଏକ ସୁପର୍ ଡଗ ସୋଲଜରର ଅବତରଣ ଭିଡିଓ ଶେୟାର କରାଯାଇଥିଲା । ଏହି ଭିଡିଓଟି ଭାଇରାଲ ହେବା ସହିତ ନେଟିଜେନ୍ ଏହାକୁ ବେଶ ପ୍ରଶଂସା କରିଛନ୍ତି ।

ଋଷିଆନ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ କୁକୁର ମାନଙ୍କୁ ବିମାନ ଓ ହେଲିକପ୍ଟରରୁ ଓହ୍ଲାଇବାର ପ୍ରଶିକ୍ଷଣ ଦିଆଯାଉଛି । ଯେଉଁ ସ୍ଥାନରେ ବିମାନ ଓ ହେଲିକପ୍ଟରର ଲ୍ୟାଣ୍ଡିଙ୍ଗ କଷ୍ଟସାଧ୍ୟ ସେଠାରେ ଏହି ସୁପର ଡଗ୍ ସୋଲଜର ମାନେ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି କୁହାଯାଇଛି । ଋଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ନିର୍ଦ୍ଦେଶରେ ଏହି ପରୀକ୍ଷା କରାଯାଇଥିବରା ରଷ୍ଟେକ ଷ୍ଟେଟ୍ କର୍ପୋରେସନ୍ ପକ୍ଷରୁ କୁହାଯାଇଛି । ଭିଡିଓଟିରେ ଏକ ଜର୍ମାନ ଶେଫର୍ଡ କୁକୁରଟି ୧୩ ହଜାର ଫୁଟ ଉଚ୍ଚରୁ ପାରାଚୁଟରେ ଅବତରଣ କରିଥିଲେ । ଲ୍ୟାଣ୍ଡିଂ ପରେ ସୁପର ଡଗ୍ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଜଣାପଡିଛି । ଆସନ୍ତା ବର୍ଷ ସୁଦ୍ଧା ସୁପର ଡଗ୍ ପାଇଁ ସ୍ୱତନ୍ତ୍ର ପାରାଚୁଟ୍ ପ୍ରସ୍ତୁତ କରାଯିବ ବୋଲି ଋଷିଆନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.