fbpx

ୟୁକ୍ରେନରେ ପଛଘୁଞ୍ଚା ଦେଲା ଋଷ ସେନା: ଖାରକିଭର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାକଫୁଟରେ ମସ୍କୋ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପଛଘୁଞ୍ଚା ଦେଉଛି ଋଷ ସେନା । ଏ ନେଇ ଦାବି କରୁଛି ୟୁକ୍ରେନ । ଦେଶର ଦ୍ୱିତୀୟ ସର୍ବବୃହତ ସହର ଖାରକିଭର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପୁତିନ ସେନା ବ୍ୟାକଫୁଟରେ ଥିବା ୟୁକ୍ରେନ ଦାବି କରିଛି । ଅନ୍ୟ ପକ୍ଷରେ ଦେଶର ପୂର୍ବ ଶିଳ୍ପାଞ୍ଚଳରେ କବଜା କରିବା ପାଇଁ କିଭ ଏବଂ ମସ୍କୋ ମଧ୍ୟରେ ଜାରି ରହିଛି ତୁମୁଳ ଯୁଦ୍ଧ । ତେବେ ଋଷ ଏହି ଯୁଦ୍ଧରେ ପରାଜୟ ବରଣ କରିଛି ନା ଏହା ପଛରେ ଆଉ କିଛି ରଣନୀତି କରୁଛି ତାହା ଦେଖିବାକୁ ବାକି ରହିଲା ।

ଉତ୍ତର ପୂର୍ବ ସହର ଖାରକିଭରୁ ପଛକୁ ହଟି ଏବେ ସୁରକ୍ଷା ମାର୍ଗ ଉପରେ ଧାନ ଦେଉଛି ଋଷ । ୟୁକ୍ରେନ ସେନାକୁ ଟାର୍ଗେଟ କରିବା ସହିତ ବ୍ୟାରିକେଡକୁ ଧ୍ୱଂସ କରିବା ପାଇଁ ଦୋନେତସ୍କରେ ମୋର୍ଟାର, ତୋପ ଏବଂ ଲୟାର ଷ୍ଟ୍ରାଇକ ଆରମ୍ଭ କରିଛି । ଦୀର୍ଘ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ୟୁକ୍ରେନ ଏକ ନୂଆ ମୋଡରେ ରହିଛି । ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ମେକ୍କାନେଲ, ସୁଜୈନ କାଲିସ, ଜନ ବ୍ରାସୋ ଏବଂ ଜନ କାର୍ନିିନଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ଗତ ୨୪ ଫେବୃୟାରୀ ୨୪ ତାରିଖରୁ ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଋଷ ଏପର୍ଯ୍ୟନ୍ତ ଆଶାନୁରୂପ ଫଳ ପାଇନାହିଁ । ତେଣୁ ଏବେ ପୂର୍ବ ଡୋନବାସ ଅଞ୍ଚଳରେ ନଜର ପକାଇଛି ଋଷ ।

ୟୁକ୍ରେନର ପୂର୍ବାଞ୍ଚଳରେ ନିୟୋଜିତ ହୋଇଥିବା ସବୁଠୁ ଅଭିଜ୍ଞ ଏବଂ କୌଶଳୀ ସୈନିକଙ୍କୁ ଘେରିବା ପୁତିନ ସେନାର ମୁଖ୍ୟ ଲକ୍ଷ୍ୟ ରହିଛି । ଏହା ସହିତ ଡୋନବାସ ଅଞ୍ଚଳରେ ଏବଂ ୟୁକ୍ରେନର କବଜାରେ ଥିବା ଅଞ୍ଚଳମାନଙ୍କରେ ନିୟନ୍ତ୍ରଣ କରିବା ଋଷର ଉଦ୍ଦେଶ୍ୟ । ସେପଟେ ୟୁକ୍ରେନ ସେନା ପୂର୍ବାଞ୍ଚଳରେ ସଫଳତା ପାଇଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ମୋଟ ୬ଟି ଗ୍ରାମ ଓ ସହର ଉପରେ ପୁଣିଥରେ ନିଜ ଆଧିପତ୍ୟ ଫେରି ପାଇଛି ୟୁକ୍ରେନ ସେନା ।

Get real time updates directly on you device, subscribe now.