fbpx

କଂଗ୍ରେସ ଚିନ୍ତନ ଶିବିରର ଶେଷ ଦିନ: କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା କରିବାକୁ ନିଷ୍ପତ୍ତି

ରାଜସ୍ଥାନ: ଏ ସମୟ ଚାଲିଯିବ, ଏହି ସଂକଳ୍ପକୁ ନେଇ ଆଗକୁ ବଢ଼ିବାକୁ କଂଗ୍ରେସ ନେତାଙ୍କୁ କହିଛନ୍ତି ଦଳର ଅନ୍ତରିଣ ସଭାପତି ସୋନିଆ ଗାନ୍ଧୀ । ରାଜସ୍ଥାନ ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରି ସୋନିଆ ଏଭଳି କହିଛନ୍ତି । ନିଜ ସମ୍ବୋଧନ ଶେଷରେ ସୋନିଆ କାର୍ଯ୍ୟକର୍ତ୍ତାମାନଙ୍କୁ ସେ କହିଛନ୍ତି ଯେ, ଦଳର ପୁରୁଣା ସଦସ୍ୟମାନଙ୍କୁ ଭେଟି ସେ ତାଙ୍କ ପରିବାର ସହ ଏକ ସୁନ୍ଦର ସନ୍ଧ୍ୟା ଅତିବାହିତ କରିବା ପରି ଅନୁଭବ କରିଛନ୍ତି ।

ଏହି ଅବସରରେ ସେ ଭାରତ ଯୋଡ଼ ଯାତ୍ରା ଘୋଷଣା କରିଛନ୍ତି । ଯାହା କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେବ । ଏହା ସହ ଗତ ତିନିଦିନ ଧରି ଚାଲିଥିବା ଚିନ୍ତନ ଶିବିରରେ ଦିଆଯାଇଥିବା ପରାମର୍ଶ ଗୁଡ଼ିକ ଉପରେ ଶିଘ୍ର କାର୍ଯ୍ୟ କରାଯିବ । ଚିନ୍ତନ ଶିବିରର ଶେଷ ଦିନରେ କଂଗ୍ରେସ ଆଗମୀ ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଇଁ “ନବ ସଂକଳ୍ପ’ରୋଡ୍ ମ୍ୟାପ୍ ଗ୍ରହଣ କରିଛି ।

ଶେଷରେ ସୋନିଆ କହିଛନ୍ତି ଯେ, ଏହି ଶବିର ବହୁତ୍ ଫଳପ୍ରଦ ରହିଛି । ସମସ୍ତେ ନିଜର ମତାମତ ପ୍ରକାଶ କରିବାକୁ ସୂଯୋଗ ପାଇଛନ୍ତି । ଦଳର ପୁନରଉତ୍ଥାନ ପାଇଁ ସମସ୍ତ ସଦସ୍ୟ ଅତ୍ୟନ୍ତ ଗମ୍ଭିରତାର ସହ ସେମାନଙ୍କ ମତ ପୋଷଣ କରିଛନ୍ତି । ଏହି ବୈଠକରେ କିଛି ପ୍ରସ୍ତାବ ଆସିଥିଲା, ଯାହାକୁ ଗ୍ରହଣ କରାଯାଇଛି । ଆଗକୁ ଅନ୍ୟ ପରାମର୍ଶ ଗୁଡ଼ିକ ଉପରେ ବିଚାର କରାଯାଇ ଗ୍ରହଣ କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.