fbpx

ଜଗା ପାଇଁ ବିକିଦେଲେ ଜମି, ମହାପ୍ରଭୁଙ୍କୁ ଏତିକି ଟଙ୍କା ଦାନ କରି ଚର୍ଚ୍ଚାରେ ବୃଦ୍ଧା

ଜମି ବିକି ଶ୍ରୀମନ୍ଦିରକୁ ଦାନ କଲେ ୨୦ ଲକ୍ଷ ଟଙ୍କା । କିଛି ଏଭଳି କାମ କରିଛନ୍ତି ଜଣେ ୭୦ ବର୍ଷୀୟ ମହିଳା । ବୟସର ଅପରାହ୍ନରେ ଯେତେବେଳେ ଅର୍ଥର ଆବଶ୍ୟକତା ରହିଥାଏ, ଏହାକୁ ଭୃକ୍ଷେପ ନକରି ନିଜର ସବୁ ସମ୍ପତ୍ତିଙ୍କୁ ଜଗତର ନାଥ ଜଗନ୍ନାଥଙ୍କୁ ଦାନ କରିଛନ୍ତି । ଆଉ ପୂରଣ କରିଛନ୍ତି ସ୍ୱାମୀଙ୍କୁ ଶେଷ ଇଚ୍ଛା । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଆଉ ତାଙ୍କର ଏହି ନିଷ୍ପତ୍ତି ସବୁଆଡ଼େ କରାଯାଉଛି ଭୁରିଭୁରି ପ୍ରଶଂସା ।

ସୂଚନାଯୋଗ୍ୟ, ବାଲେଶ୍ୱର ବସ୍ତା ଅଞ୍ଚଳର ଏହି ୭୦ ବର୍ଷୀୟ ବୃଦ୍ଧା ସୁପ୍ରଭା ପଣ୍ଡା । ବୃଦ୍ଧା କଟକରେ ଥିବା ଏକ ଜମିକୁ ବିକ୍ରି କରି ମହାପ୍ରଭୁଙ୍କୁ ଦାନ କରିଛନ୍ତି । ଏନେଇ ସେ କହିଛନ୍ତି ଏହା ତାଙ୍କ ସ୍ୱାମୀଙ୍କ ଇଚ୍ଛା ଥିଲା । ତାଙ୍କ ସ୍ୱାମୀ ପଙ୍କଜକାନ୍ତ ପଣ୍ଡା ମହାପ୍ରଭୁଙ୍କ ପରମଭକ୍ତ, ନିଜର କୌଣସି ସନ୍ତାନ ନଥିବାରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପତ୍ତି ଦାନ କରିବେ ବୋଲି ଇଚ୍ଛା ରଖିଥିଲେ । କିନ୍ତୁ ବିଧାତାକୁ ଥିଲା କିଛି ଅଲଗା ଉଦ୍ଦେଶ୍ୟ, ଭଗବାନଙ୍କୁ ଦାନ କରିବା ପୂର୍ବରୁ କର୍କଟ ଭଳି ଦୁରାରୋଗ୍ୟରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ଆଉ ତାଙ୍କର ଏହି ଇଚ୍ଛା ରହିଯାଇଥିଲା ଅଧୁରା ।

କୋଭିଡ ମହାମାରୀ କାରଣରୁୁ ବିଳମ୍ବ ହୋଇଥିଲେ ବି ଶେଷରେ ସ୍ୱାମୀଙ୍କ ଇଚ୍ଛାକୁ ପୂରଣ କରିଛନ୍ତି ସୁପ୍ରଭା ପଣ୍ଡା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.