fbpx

ଆଜି ରାଜସ୍ଥାନ ଲକ୍ଷ୍ନୌ ମୁକାବିଲାରେ କିଏ ମାରିବ ବାଜି?: ଜାଣନ୍ତୁ କଣ ରହିପାରେ ପ୍ଲେଇଙ୍ଗ ୧୧

ମୁମ୍ବାଇ: IPL ୨୦୨୨ର ୬୩ ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ରାଜସ୍ଥାନ ରୋୟଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଗୋଟିଏ ପଟେ ରାହୁଲ ଏହି ମ୍ୟାଚରେ ବିଜୟ ସହ ପ୍ଲେଅଫ ଟିକେଟ ପାଇଁ ଚେଷ୍ଟା କରିବ, ସେହପରି ଅନ୍ୟପଟେ ରାଜସ୍ଥାନ ବିଜୟୀ ହେଲେ ପ୍ଲେଅଫକୁ ଯିବାର ଆଉ ଏକ ସୁଯୋଗ ପାଇବ । ୧୬ ପଏଣ୍ଟ ସହ ଲକ୍ଷ୍ନୌ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ୧୪ ପଏଣ୍ଟ ସହ ୩ୟ ସ୍ଥାନ ହାସଲ କରିଛି ।

ଉଭୟ ଦଳର ଖେଳାଳିମାନେ ଦମଦାର ଫର୍ମରେ ରହିଛନ୍ତି । ତେବେ ଆଜି ପୁଣି ଥରେ ରାଜସ୍ଥାନର ଷ୍ଟାର ଓପନର ଜୋସ ବଟଲରଙ୍କ ଉପରେ ନିର୍ଭର କରିବ । ୧୨ଟି ମ୍ୟାଚରୁ ୩ଟି ଶତକ ହାସଲ କରି ଅରେଞ୍ଜ କ୍ୟାପ ନିଜ ପାଖରେ ରଖିଛନ୍ତି ବଟଲର । ସେହିପରି ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ ଏବଂ ସମସ୍ତ ଟିମର ଦମଦାର ପ୍ରଦର୍ଶନ ଜାରି ରହିଛି । ଅନ୍ୟ ପକ୍ଷରେ ରାହୁଲ, କ୍ୱିଣ୍ଟନ ଡିକକ୍ ଏବଂ ଦୀପକ ହୁଡ୍ଡାଙ୍କ ସମେତ ବୋଲରମାନଙ୍କ ନିକଟରୁ ଆହୁରି ଦମଦାର ପ୍ରଦର୍ଶନ ସହ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ଚାହିଁବେ ଲକ୍ଷ୍ନୌ ଅଧିନାୟକ କେ.ଏଲ ରାହୁଲ ।

ଆଜିର ଏହି ହାଇ ଭୋଲଟେଜ ମ୍ୟାଚରେ ଏମିତି ରହିପାରେ ଉଭୟ ଦଳର ପ୍ଲେଇଙ୍ଗ ୧୧:

ଲକ୍ଷ୍ନୌ ସୁପର ଜିଆଣ୍ଟସ:

SRH vs LSG: With Jason Holder Available, One Overseas Player Will Have To  Sit Out: Aakash Chopra

କେ.ଏଲ ରାହୁଲ(ଅଧିନାୟକ), କ୍ୱିଣ୍ଟନ ଡିକକ୍(ୱିକେଟ କିପର), ଦୀପକ ହୁଡ୍ଡା, କ୍ରୁଣାଲ ପାଣ୍ଡ୍ୟା, ଆୟୁଷ ବଦୋନୀ, ମାର୍କସ ଷ୍ଟୋଇନିସ, ଜାସନ ହୋଲଡର, କର୍ଣ୍ଣ ଶର୍ମା, ଦୁଷ୍ମନ୍ଥା ଚମୀରା, ଆବେଶ ଖାନ, ମହସିନ ଖାନ

ରାଜସ୍ଥାନ ରୋୟଲ୍ସ:

KKR vs RR Rajasthan royals win the match by 7 run kolkata knight riders  Yuzvendra Chahal Jos Buttler IPL 2022 |KKR vs RR: राजस्थान ने रोमांचक अंदाज  में हासिल की जीत, बटलर-चहल

ଯଶସ୍ୱୀ ଜଏଶ୍ୱାଲ, ଜୋସ ବଟଲର, ସଞ୍ଜୁ ସାମସନ(ଅଧିନାୟକ/ୱିକେଟ କିପର), ଦେବଦତ୍ତ ପଡ୍ଡିକଲ, ରାସି ବନ ଦୁସାନ, ରିୟାନ ପରାଗ, ଆର ଅଶ୍ୱୀନ, ଟ୍ରେଣ୍ଟ ବୋଲଟ, ପ୍ରସିଦ୍ଧ କୃଷ୍ଣା, ୟୁଜବେନ୍ଦ୍ର ଚହଲ, କୁଳଦୀପ ସେନ

Get real time updates directly on you device, subscribe now.