fbpx
BSKY SKY
BSKY SKY

ମାରିୟୁପୋଲରେ ଋଷ ସେନାକୁ ମିଳିଲା ବଡ ସଫଳତା: ଆତ୍ମସମର୍ପଣ କଲେ ୟୁକ୍ରେନର ବ୍ରିଗେଡ

BSKY

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଚାଲୁ ରହିଥିବା ବେଳେ ପୁତିନ ସେନାକୁ ଏକ ବଡ ସଫଳତା ମିଳିଛି । ମାରୟୁପୋଲରେ ୟୁକ୍ରେନର ୩୬ତମ ମରୀନ ବ୍ରିଗେଡ ପୁତିନ ସେନା ଆଗରେ ନିଜ ଆତ୍ମ ସମର୍ପଣ କରିଛନ୍ତି । ଋଷ ସେନା ସାମନାରେ ବ୍ରିଗେଡଙ୍କ ସମେତ ୧୦୨୬ ସୈନିକ ଅସ୍ତ୍ରଶସ୍ତ୍ର ଛାଡିଛନ୍ତି ଯେଉଁଥିରେ ୧୬୨ ୟୁକ୍ରେନି ଅଦିକାରୀ ମଧ୍ୟ ସାମିଲ ରହିଛନ୍ତି ।

ଦୋନେଟସ୍କ ଅଞ୍ଚଳରେ ଋଷ ସେନା କରିଥିବା ଘେରାବନ୍ଦୀରେ ସଫଳତା ମିଳିଥିବା ସେମାନେ ଦାବି କରିଛନ୍ତି । ଲମ୍ବା ଯୁଦ୍ଧ ପରେ ଏଠାକାର ୯୫ ପ୍ରତିଶତ ଇଲାକା ଉପରେ ଋଷ କବଜା କରିଥିବା ଦାବି କରିଛି । ଏହି ସଫଳତା ପରେ କ୍ରିଭରୀ ଖେରସନରୁ ୫୦ କିଲୋମିଟର ଦୂରରେ ରହିଥିବା ବେଳେ ଏହା ଉପରେ ଟାର୍ଗେଟ କରିଛି ଋଷ ସେନା । ଏହା ରାଷ୍ଟ୍ରପତି ଜେଲେନସ୍କିଙ୍କ ଇଲାକା ହୋଇଥିବାରୁ ଏଠାରେ ଲଗାତାର ଯୁଦ୍ଧ ଜାରି ରହିଛି । ସମୁଦ୍ରପଥରେ ଯାତ୍ରା ଉପରେ ରୋକ ଲଗାଯାଇଛି । କ୍ରିଭରୀ ଇସ୍ପାତର କେନ୍ଦ୍ର ହୋଇଥିବା ବେଳେ ଏହାକୁଇକୋନୋମିକ ହବ ବୋଲି ମଧ୍ୟ କୁହାଯାଏ । ତେଣୁ ଏହା ଲକ୍ଷ୍ୟ କରାଯାଇଥିବା କୁହାଯାଉଛି । ଏହାର ଅଖପାଖ ୧୫ଟ ଗାଁରେ ମଧ୍ୟ ଘମାଘୋଟ ଯୁଦ୍ଧ ଲାଗି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଗକୁ ୟୁକ୍ରେନରେ ଭୀଷଣ ଯୁଦ୍ଧ ଦେଖିବାକୁ ମିଳିପାରେ । ସେପଟେ ନରସଂହାରର ପ୍ରମାଣ ନଷ୍ଟ କରିବା ପାଇଁ ଋଷ ଅମାନବୀୟ ଉପାୟ ଆପଣେଇଥିବା କହିଛି ୟୁକ୍ରେନ । ମୋବାଇଲ ଶବଦାହ ଭ୍ୟାନ ଦ୍ୱାରା ମୃତକମାନଙ୍କ ଶବ ସତ୍କାର କରୁଥିବା ୟୁକ୍ରେନ ଦାବି କରିଛି । ତେବେ ମାରୟୁପୋଲ ଅଞ୍ଚଳରେ ୧୩ ମୋବାଇଲ ଶବଦାହ ଭ୍ୟାନ ମଧ୍ୟ ଦେଖାଯାଇଛି ।

Get real time updates directly on you device, subscribe now.