fbpx
BJD SKY
BJD SKY

Diamond Duck ହୋଇ ପାଭିଲିୟନ ଫେରିଲେ ଋତୁରାଜ: କ୍ରିକେଟରେ କ’ଣ କହୁଛି ଏହି ନିୟମ?

BJD

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ସୂର୍ଯ୍ୟକୁମାର-ଇଶାନଙ୍କ ବିସ୍ପୋରକ ଅର୍ଦ୍ଧଶତକୀୟ ପାଳି ସହିତ ରିଙ୍କୁ ସିଂହଙ୍କ ଇନିଂସ ବଳରେ ଭାରତ ଏହି ମ୍ୟାଚ ଉପରେ କବଜା କରିଛି । ତେବେ ଏହି ମ୍ୟାଚରେ ଟିମ ଇଣ୍ଡିଆର ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କ ନାଁରେ ଯୋଡ଼ି ହୋଇଛି ଏକ ଲଜ୍ଜାଜନକ ରେକର୍ଡ । ଟି-୨୦ ଇତିହାସରେ ପ୍ରଥମ କ୍ରିକେଟର ଭାବରେ Diamond Duck (ଡାଇମଣ୍ଡ ଡକ୍)ରେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ଋତୁରାଜ । ତେବେ କ’ଣ ଏହି ଡାଇମଣ୍ଡ ଡକ୍ ? କ୍ରିକେଟ ଅଭିଧାନରେ କ’ଣ ରହିଛି ଏହାର ଅର୍ଥ?

ଅଷ୍ଟ୍ରେଲିଆର ୨୦୯ ରନ୍ ଟାର୍ଗେଟକୁ ପିଛା କରି ଟିମ ଇଣ୍ଡିଆ ପାଇଁ ଓପନିଙ୍ଗ କରିଥିଲେ ଯଶସ୍ୱୀ ଜଏସ୍ୱାଲ ଏବଂ ଋତୁରାଜ ଗାଏକ୍ୱାଡ । ପ୍ରଥମ ଓଭରର ପଞ୍ଚମ ବଲରେ ୧୧ ରନ୍ କରି କେଳୁତିବା ଜଏସ୍ୱାଲ ଶଟ୍ ଖେଳିବା ପରେ ୨ ରନ୍ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗୋଟିଏ ରନ୍ ନେଇ ସାରିଥିଲେ ମଧ୍ୟ ଦ୍ୱିତୀୟ ରନ୍ ପୂର୍ବରୁ ଋତୁରାଜ-ଜଏସ୍ୱାଲଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଫଳରେ ଋତୁରାଜ ଗାଏକ୍ୱାଡ ରନ୍ ଆଉଟ ହୋଇ ପାଭିଲିୟନ ପେରି ଆସିଥିଲେ । ତେବେ ଋତୁରାଜ ଆଉଟ୍ ହେବା ମାତ୍ରେ ତାଙ୍କ ନାମରେ ‘Diamond Duck’ ବୋଲି ଏକ ରେକର୍ଡ ସୃଷ୍ଟି ହୋଇଛି । ଏହି ମ୍ୟାଚରେ ଋତୁରାଜ କୌଣସି ବଲ୍ ନ ଖେଳି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଛନ୍ତି । ଜଣେ ବ୍ୟାଟ୍ସମ୍ୟାନ କୌଣସି ମ୍ୟାଚରେ ଗୋଟିଏ ବି ବଲ ନଖେଳି ୦ ରନରେ ପ୍ୟାଭିଲିଅନ ଫେରଥାନ୍ତି, ସେତେବେଳେ ସେହି ଖେଳାଳିଙ୍କୁ ‘ଡାଇମଣ୍ଡ ଡକ୍’ର ଆଖ୍ୟା ଦେଇଥାଏ କ୍ରିକେଟର ଏହି ନିୟମ । ତେବେ ଟି-୨୦ ଇତିହାସରେ ପ୍ରଥମ କେଳାଳି ଭାବରେ ଋତୁରାଜ ଗାଏକ୍ୱାଡ ଏହି ନିୟମର ଶିକାର ହୋଇଛନ୍ତି ।

ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ ନିଜର ପ୍ରଥମ ବଲ୍ ଖେଳି ଆଉ ଆଉଟ୍ ହୋଇଯାଏ, ତାହାକୁ କ୍ରିକେଟ ଭାଷାରେ ‘Golden Duck-ଗୋଲଡେନ ଡକ୍’ ବୋଲି କୁହାଯାଏ । ଏମିତି ଆଉଟ୍ ସାଧାରଣତଃ କ୍ରିକେଟରେ ଅନେକ ଥର ଦେଖିବାକୁ ମିଳିଥାଏ । ତେବେ ଗତକାଲିର ମ୍ୟାଚରେ ଋତୁରାଜ ବିନା କୌଣସି ରନ କରି ଆଉଟ ହୋଇଥିଲେ । ତେଣୁ ଋତୁରାଜଙ୍କ ଏହି ଆଉଟକୁ ଡାଇମଣ୍ଡ ଡକ୍ କୁହାଯାଏ । ତେବେ ଅଧିନାୟକ ସୂର୍ଯ୍ୟକୁମାର ଏବଂ ଇଶାନ କିଶାନ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ରିଙ୍କୁ ସିଂହଙ୍କୁ ଏହି ମ୍ୟାଚରେ ଛକା ମାରି ଦଳକୁ ବିଜୟୀ କରାଇଛନ୍ତି ।

Get real time updates directly on you device, subscribe now.