fbpx
BJD SKY
BJD SKY

ପ୍ରଧାନମନ୍ତ୍ରୀଙ୍କୁ Why Bharat Matters ପୁସ୍ତକର ପ୍ରଥମ କପି ଭେଟି ଦେଲେ ଏସ୍ ଜୟଶଙ୍କର

BJD

ନୂଆଦିଲ୍ଲୀ: ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ବହି ‘Why Bharat Matters’ର ପ୍ରଥମ କପି ଭେଟି ଦେଇଥିଲେ । ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏସ୍ ଜୟଶଙ୍କର ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର ବିଷୟରେ ଲେଖିଛନ୍ତି । ସେ ଲେଖିଛନ୍ତି ‘ମୁଁ ଏହି ପୁସ୍ତକର ପ୍ରଥମ କପି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିବାରୁ ସମ୍ମାନିତ ଅନୁଭବ କରୁଛି । ‘Why Bharat Matters ’ ପୁସ୍ତକର ଇଂରାଜୀ ସଂସ୍କରଣ ୨୦୨୪ ପ୍ରାରମ୍ଭରେ ଆସିବ । ଏହା ସହ ପୁସ୍ତକର ଏକ ପୃଷ୍ଠା ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ଲେଖା ହୋଇଛି ବିଶ୍ୱ ସ୍ତରରେ ଭାରତ ନିଜ ପରିଚୟ ସୃଷ୍ଟି କରିପାରିବା ପଛରେ ରହିଛି ଏକ ଅନ୍ତହୀନ ଯାତ୍ରା ।’


କହିରଖୁଛୁ ଡିସେମ୍ବର ୨୫ରୁ ୨୯ ରୁସ ଯାତ୍ରା ଶେଷ କରିବା ପରେ ଏସ୍ ଜୟଶଙ୍କର ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ।

Get real time updates directly on you device, subscribe now.