fbpx
BJD SKY
BJD SKY

ଆଉ ନାହାନ୍ତି ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ, ‘ସାଥ ନିଭାନା ସାଥିୟା’ରୁ ପାଇଥିଲେ ପ୍ରତିଷ୍ଠା

BJD

ମୁମ୍ବାଇ: ଟେଲି ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଖବର ମିଳିଛି କି ଟେଲି ଶୋ ‘ସାଥ ନିଭାନା ସାଥିୟା’ରେ ଜାନକୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଅପର୍ଣ୍ଣା କାଣେକର ଆଉ ଏ ଦୁନିଆରେ ନାହାନ୍ତି । ଧାରାବାହିକରେ ଅପର୍ଣ୍ଣା ଜାନକୀ ବା ମୋଦୀ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ଏବେ ତାଙ୍କ ପରଲୋକରେ ଟେଲି ଇଣ୍ଡଷ୍ଟ୍ରି ଓ ପ୍ରଶଂସକମାନଙ୍କୁ ବଡ ଝଟ୍‌କା ଲାଗିଛି ।

 

View this post on Instagram

 

A post shared by Lovey Sasan (@loveysasan)

ଅପର୍ଣ୍ଣାଙ୍କ ଦେହାନ୍ତର ଖବର ତାଙ୍କ କୋଷ୍ଟାର ଲଭଲୀ ସସାନ ଦେଇଛନ୍ତି । ଲଭଲୀ ଅପର୍ଣ୍ଣାଙ୍କର ବହୁତ ନିକଟତର ଥିଲେ ଓ ଅପର୍ଣ୍ଣାଙ୍କର ଅଚାନକ ଏପରି ଦେହାନ୍ତରେ ତାଙ୍କୁ ବଡ ଝଟକା ଲାଗିଛି । ଲଭଲୀ ଅପର୍ଣ୍ଣାଙ୍କୁ ମନେ ପକାଇ ତାଙ୍କ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଓ କ୍ୟାପସନରେ ଲେଖିଛନ୍ତି ଆଜି ମୋ ହୃଦୟ ପୁରା ଭାଙ୍ଗିଯାଇଛି କାରଣ ମୋର ଜଣେ ଅତି ନିକଟତର ଓ ଜଣେ ଦୃଢ ଯୋଦ୍ଧା ମୋତେ ସବୁଦିନ ପାଇଁ ଛାଡି ଚାଲିଯାଇଛନ୍ତି । ଲଭଲୀଙ୍କ ଏହି ପୋଷ୍ଟ ଉପରେ ଦେବୋଲିନା ଭଟ୍ଟାଚାର୍ଯୀଙ୍କ ସହିତ ବହୁ କଳାକାର ନିଜର ପ୍ରତିକ୍ରିୟା ରଖି ଅପର୍ଣ୍ଣାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
୨୦୧୧ରେ ଅପର୍ଣ୍ଣା ସାଥ ନିଭାନା ସାଥିୟାରେ ବେଶ୍ ନିଖୁଣ ଅଭିନୟ କରି ସମସ୍ତଙ୍କ ହୃଦୟ କିଣି ନେଇଥିଲେ । ସେ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଏହି ଶୋ’ରେ ସାମିଲ ରହିିଥିଲେ ।

Get real time updates directly on you device, subscribe now.