fbpx

ସଚିନ୍ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର, ଏବେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିପାରେ ବିଜେପି

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଝଗଡା ଆଧିକ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୨ୟ ଥର ପାଇଁ କଂଗ୍ରେସର ବିଧାୟକ ବୈଠକ ଡକାଯାଇଥିଲା, କିନ୍ତୁ ଏଥିରେ ସାମିଲ ହୋଇନଥିଲେ ସଚିନ । ବୈଠକରେ ସାମିଲ ହେବାକୁ ସଚିନ୍ ଡକାଯିବା ପରେ ବି ସେ ଆସିବା ପାଇଁ ମନା କରିଦେଇଥିଲେ ।

ଏନେଇ କଂଗ୍ରେସ ଦଳ ବଡ ପଦକ୍ଷେପ ନେଇ ସଚିନ ପାଇଲଟଙ୍କୁ ରାଜ୍ୟ ଅଧ୍ୟକ୍ଷ ଓ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛି । ଏହା ସହ ସଚିନଙ୍କ ସମର୍ଥନ କରୁଥିବା ବିଧାୟକମାନଙ୍କୁ ମଧ୍ୟ ହଟାଯାଇଛି । ସଚିନଙ୍କ ବ୍ୟତିତ ବିଶ୍ୱେନ୍ଦ୍ର ସିଂ ଓ ରମେଶ ମୀନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇଛି ।

ଅନ୍ୟପଟେ ରାଜସ୍ଥାନ ସରକାରରେ ଚାଲିଥିବା ଏହି ଝଗଡାର ଲାଭ ଉଠାଇପାରେ ବିଜେପି । ଖୁବଶୀଘ୍ର ଫ୍ଲୋର ଟେଷ୍ଟ ପାଇଁ ବିଜେପି ଦାବି କରିପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.