fbpx

ମିଳିଲା ସିସିଟିଭି ଫୁଟେଜ, ଖୋଲିବ ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାର ରହସ୍ୟ

ଭୁବନେଶ୍ୱର, ୧୪ା୭(ଓଡ଼ିଶା ଭାସ୍କର): ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏନେଇ ପୋଲିସ ତଦନ୍ତ ଜୋର ସୋରରେ କରୁଛି । ଏହାରି ମଧ୍ୟରେ ଆଜି ଜିଆରପି ପୋଲିସ ହାତରେ ଏକ ସିସିଟିଭି ଫୁଟେଜ ଲାଗିଛି । ଷ୍ଟେସନକୁ ଯାଉଥିବା ବେଳର ସିସିଟିଭି ଜବତ କରିଛି ପୋଲିସ । ସିସିଟିଭି ଫୁଟେଜରେ ସେ ଏକୁଟିଆ ଚାଲି ଚାଲି ଯାଉ ଥିବାର ନଜର ଆସିଛି । ଆଜି ବିକାଶ ଓ ପ୍ରିତମଙ୍କୁ ଜେରା କରିବ ପୋଲିସ । ଗତକାଲି ପପୁକୁ ଦେଢ଼ ଘଣ୍ଟା ଜେରାକରିଥିଲା ଜିଆରପି ପୋଲିସ । ଏହାସହ ଜେରା ତାଲିକାରେ ରହିଛନ୍ତି ପିପୁଲ ଫର ସେବାର ଆଉ ୮ଜଣ ସଦସ୍ୟ ।

ଅନ୍ୟପଟେ ଆଦିତ୍ୟ ସୁନ୍ଦର ମୃତ୍ୟୁ ପୂର୍ବରୁ ଲେଖିଥିବା ଡାଏରୀକୁ ନେଇ ଖୋଳତାଡ଼ କରାଯାଉଛି । ହ୍ୟାଣ୍ଡରାଇଟିଂ ତାଙ୍କର କି ନାହିଁ ଜାଣିବା ପାଇଁ ବ୍ୟୁରୋକୁ ପଠାଯାଇଛି । ଡ଼େଥ ନୋଟରେ ଥିବା ହ୍ୟାଣ୍ଡରାଇଟିଂ ତାଙ୍କର ନା ଆଉ କାହାର ସେନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଏହାର ତଦନ୍ତ ଚାଲିଛି ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Get real time updates directly on you device, subscribe now.