fbpx
BJD
BJD SKY
BJD SKY

(Video) ରାସ୍ତାରେ କ୍ରିକେଟ ଖେଳୁଥିବାର ନଜର ଆସିଲେ ସଚିନ ତେନ୍ଦୁଲକର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

BJD

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ଅନେକ ଖେଳାଳି ଖେଳିବା ପାଇଁ ଆସନ୍ତି ଏବଂ ଅବସର ମଧ୍ୟ ନିଅନ୍ତି । ହେଲେ କିଛି ଖେଳାଳି ଏପରି ପ୍ରଦର୍ଶନ କରି ଯାଆନ୍ତି, ଯେଉଁଥି ପାଇଁ ସେମାନେ ସବୁଦିନ ପାଇଁ ଲୋକମାନଙ୍କ ହୃଦୟରେ ରହିଯାଆନ୍ତି । ଏମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ଅନ୍ୟତମ । ଯାହାଙ୍କୁ ଦୁନିଆ ସାରା ଲୋକେ କ୍ରିକେଟର ଭଗବାନ ବୋଲି କୁହନ୍ତିି । ବର୍ତ୍ତମାନ ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି ।

ସଚିନ ତେନ୍ଦୁଲକରଙ୍କ କାଶ୍ମୀର ଗସ୍ତରେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆପଣ ଦେଖିପାରିବେ ଯେ, କିଛି ସ୍ଥାନୀୟ ଲୋକେ ରାସ୍ତାରେ କ୍ରିକେଟ ଖେଳୁଛନ୍ତି । ତାଙ୍କୁ ଦେଖି ସଚିନ ତେନ୍ଦୁଲକର ନିଜକୁ ଅଟକାଇ ପାରିଲେ ନାହିଁ ଏବଂ ନିଜ ଗାଡ଼ିରୁ ବାହାରି ସେମାନଙ୍କୁ ପଚାରିଲେ ଆମେ ଖେଳିବା? ଏହାପରେ ବ୍ୟକ୍ତି ଜଣକ ତାଙ୍କୁ ବ୍ୟାଟ ଧରାଇଦେଲେ ଏବଂ ଏହାପରେ ସେଠାରେ କ୍ରିକେଟ ଖେଳ ଆରମ୍ଭ ହୋଇଗଲା । ସଚିନ ତେନ୍ଦୁଲକର ଅନେକ ସଟ୍ ଖେଳିଥିଲେ । ଶେଷ ବଲକୁ ସେ ଓଲଟା ବ୍ୟାଟରେ ଖେଳିଲେ ହେଲେ ତାଙ୍କୁ କେହି ଆଉଟ କରିପାରିଲେ ନାହିଁ ।

ଏହି ଭିଡିଓକୁ ଏକ୍ସରେ ସଚିନ ତେନ୍ଦୁଲକର ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ‘କ୍ରିକେଟ ଏବଂ କାଶ୍ମୀର: ସ୍ୱର୍ଗରେ ଏକ ମ୍ୟାଚ’ । ଏହି ଭିଡିଓକୁ ସୋସିଆଲ ମିଡିଆର ଅନେକ ଆକାଉଣ୍ଟରେ ମଧ୍ୟ ସେୟାର କରାଯାଇଛି । ଜଣେ ୟୁଜର ଏଥିରେ ଲେଖିଛନ୍ତି ଯେ, ଭଗବାନ ସ୍ୱର୍ଗରେ କ୍ରିକେଟ ଖେଳୁଛନ୍ତି । ଏପରି ଅନେକ କମେଣ୍ଟ କରି ଲୋକେ ଭଲପାଇବା ପ୍ରଦର୍ଶନ କରୁଛନ୍ତି ।

Get real time updates directly on you device, subscribe now.