fbpx

ଦିଲ୍ଲୀରେ ଆପ୍‌-କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ, ଜାଣନ୍ତୁ କିଏ କେତେ ସିଟ୍‌ରେ ଲଢିବେ

ନୂଆଦିଲ୍ଲୀ: ଫେବୃୟାରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ଅଧିସୂଚନା ଜାରି ହୋଇପାରେ । ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀରୁ ବଡ ଖବର ସାମ୍ନାକୁ ଆସିଛି । ଦିଲ୍ଲୀରେ କ୍ଷମତାସୀନ ଦଳ ଆପ୍ ଓ ଓ କଂଗ୍ରେସ ମଧ୍ୟରେ ନିର୍ବାଚନ ଡିଲ୍ ହୋଇଯାଇଛି । ମିଳିଥିବା ସୂତ୍ରରୁ ଜଣାଯାଇଛି ଆପ୍ ୪ ସିଟ୍‌ରେ ନିର୍ବାଚନ ଲଢିବ ଓ କଂଗ୍ରେସ ୩ ସିଟ୍‌ରେ ନିର୍ବାଚନ ଲଢିବ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ସିଟ୍ ବୁଝାମଣାକୁ ନେଇ ବହୁ ସମୟରେ ଅସନ୍ତୋଷ ବ୍ୟକ୍ତି କରିଆସିଛନ୍ତି । କିନ୍ତୁ ଏବେ କୁହାଯାଉଛସି କି ଉଭୟ ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇଯାଇଛି ।

ମିଳିଥିବା ସୂତ୍ର ଅନୁସାରେ ଦିଲ୍ଲୀରେ କଂଗ୍ରେସ ଓ ଆପ୍ ମଧ୍ୟରେ ମେଣ୍ଟକୁ ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିିଛି । ଗୁରୁବାର ଦୁଇ ଦଳ ମଧ୍ୟରେ ଆସନ ବଣ୍ଟାକୁ ନେଇ ବୁଝାମଣା ହୋଇଯାଇଛି । ଦିଲ୍ଲୀରେ ଲୋକସଭାର ମୋଟ୍ ୭ ସିଟ୍ ରହିଛି । ଏବେ ଦିଲ୍ଲୀର ଏହି ସମସ୍ତ ୭ ସିଟ୍‌ରେ ବିଜେପି ସାଂସଦ ରହିଛନ୍ତି । କଂଗ୍ରେସ ଓ ଆପ୍ ଏକଜୁଟ ହୋଇ ବିଜେପିର ପ୍ରଦର୍ଶନକୁ ଏଥର ଅଟକାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଦିଲ୍ଲୀରେ କଂଗ୍ରେସ ଓ ଆପ୍ ଏକଦା ପରସ୍ପରର ଘୋର ବିରୋଧୀ ଥିଲେ ।

Get real time updates directly on you device, subscribe now.