fbpx

(Video)ସଚିନ ତେନ୍ଦୁଲଙ୍କର ଡିପ ଫେକ୍‌ ଭିଡିଓ ଭାଇରାଲ, ଏହାକୁ ନେଇ ଏମିତି ଲେଖିଲେ ସଚିନ…

ନୂଆଦିଲ୍ଲୀ: ରଶ୍ମିକା ମନ୍ଦାନା, ଅଭିନେତ୍ରୀ କାଜଲ, ଆଲିଆ ଭଟ୍ଟ, କ୍ୟାଟ୍ରିନା କ୍ୟାଫ୍‌, ଓ କ୍ରିକେଟର ଶୁଭମନ ଗିଲଙ୍କ ପରେ ଏବେ ସଚିନ ତେନ୍ଦୁଲଙ୍କର ଡିପ ଫେକ୍‌ ଭିଡିଓ ଭାଇରାଲ। ତେବେ ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କ୍ରିକେଟ ଗଡ଼ ଫାଦର ସଚିନ୍‌ ଏକ ଗେମିଂ ଆପ୍‌ ସ୍କାଏୱାର୍ଡ ଆଭିଏଟର କ୍ୱେଷ୍ଟର ପ୍ରମୋସନ କରୁଛନ୍ତି। ଆଉ ତାଙ୍କ ଝିଅ ସାରା ତେନ୍ଦୁଲକର ପ୍ରତିଦିନ କିଭଳି ଏହି ଗେମିଂ ଆପ୍‌ ଜରିଆରେ ଆର୍ଥିକ ଲାଭ ଉଠାଉଛନ୍ତି ସେନେଇ ମଧ୍ୟ କହୁଥିବା ଦେଖିବାକୁ ମିଳିଛି। ଏଆଇ ଜରିଆରେ ସଚିନଙ୍କ ଭିଡିଓକୁ ବ୍ୟବହାର କରାଯାଇ ଭିଡିଓ ଡବିଂ କରି ଏଡିଟ୍‌ କରାଯାଇଥିବା ଜଣାପଡ଼ିଛି। ତେବେ କିଛି ସମୟ ହେବ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଏଥିରେ ଅନେକ ୟୁଜର ବିଭିନ୍ନ ସାରା କମେଣ୍ଟ ମଧ୍ୟ ଦେଇଛନ୍ତି।

ଅନ୍ୟପଟେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଫେକ୍‌ ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସଚିନ ତେନ୍ଦୁଲକର। ଏହାକୁ ନେଇ ସେ ସୋସିଆଲ ମିଡ଼ିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସଚିନ ନିଜର ଏକ୍ସରେ ଲେଖିଛନ୍ତି- ଭାଇରାଲ ହେଉଥିବା ଏହି ଭିଡିଓ ଫେକ୍‌ ଅଟେ। ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି। ଭାଇରାଲ ହେଉଥିବା ଏହି ଭିଡିଓ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ। ତେଣୁ ସମସ୍ତଙ୍କୁ ଅନୁରୋଧ ଏହି ଆପ ଏବଂ ଏହି ଭିଡିଓର ପ୍ରଚାରକୁ ରିପୋର୍ଟ କରନ୍ତୁ। ଏବଂ ଯିଏ ଏଭଳି ଭିଡିଓ କରିଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌।

ଏଠାରେ କହି ରଖୁଛୁ ଯେ, ଗତ କିଛି ମାସ ହେବ ଏଆଇ ସାହାଯ୍ୟରେ ବହୁ ବଡ଼ ବଡ଼ ସେଲିବ୍ରିଟିଙ୍କ ଏହି ଡିପ ଫେକ୍‌ ଭିଡିଓ ପ୍ରସ୍ତୁତ କରାଯାଉଛି। ଏହାପରେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରାଯାଉଛି। ଏହି ଡିପ ଫେକ୍‌ ଭିଡିଓରେ ସାଧାରଣ ଲୋକେ କୌଣସି ବି ଫରକ ଜାଣିପାରିବେ ନାହିଁ। ଯାହା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ।

 

Get real time updates directly on you device, subscribe now.