fbpx

ବିଧାୟକ ସୁଖବିନ୍ଦର ସୁଖୀ AAPରେ ସାମିଲ ହେଲେ: ପଞ୍ଜାବରେ ଅକାଳୀ ଦଳକୁ ବଡ଼ ଝଟକା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଶିରୋମଣି ଅକାଳୀ ଦଳ (ଏସଏଡି) ବିଧାୟକ ସୁଖବିନ୍ଦର ସୁଖୀ ଆମ୍ ଆଦମୀ ପାର୍ଟି (ଆପ)ରେ ସାମିଲ ହୋଇଛନ୍ତି । ବିଧାୟକ ସୁଖୀ ଦଳ ଛାଡ଼ିବା ଫଳରେ ପଞ୍ଜାବରେ ଅକାଳୀ ଦଳକୁ ଲାଗିଛି ଏକ ବଡ଼ ଝଟକା । ସୁଖୀ ପଞ୍ଜାବର ବଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଅଟନ୍ତି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଉପସ୍ଥିତିରେ ଶ୍ରୀ ସୁଖୀ ଆପରେ ସାମିଲ ହୋଇଛନ୍ତି । ଶ୍ରୀ ସୁଖୀ ଗତବର୍ଷ ଲୋକସଭା ଉପନିର୍ବାଚନ ଲଢ଼ିଥିଲେ ।

ଶ୍ରୀ ସୁଖୀଙ୍କ ପରିବାର ବହୁଜନ ସମାଜ ପାର୍ଟି (ବସପା) ସହିତ ଜଡ଼ିତ ରହିଛି । ୨୦୧୯ରେ ସେ ବସପା ଟିକେଟରେ ନିର୍ବାଚନ ଲଢ଼ିଥିଲେ । ଏହାପରେ ୨୦୧୨ରେ ସେ ବସପା ଛାଡ଼ି ଅକାଳୀ ଦଳରେ ସାମିଲ ହୋଇଥିଲେ । ୨୦୧୭ରେ ସେ ଅକାଳୀ ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୨ ବିଧାନସଭା ନିର୍ବାଚନରେ ପଞ୍ଜାବରେ ଅକାଳୀ ଦଳର ୩ ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସୁଖୀଙ୍କ ନାମ ରହିଥିଲା । ସୁଖୀ ଅକାଳୀ ଦଳ ଛାଡ଼ିବା ପରେ ଏବେ ରାଜ୍ୟ ବିଧାନସଭାରେ ଦଳର ବିଧାୟକଙ୍କ ସଂଖ୍ୟା ୨କୁ ଖସି ଆସିଛି ।

Get real time updates directly on you device, subscribe now.