fbpx

ନୂଆବର୍ଷରେ ଆସିଲା ଦୁଃଖଦ ଖବର; ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଦେଶରେ ବିଭିନ୍ନ ଅଞ୍ଚଳରେ ଖୁସିର ମାହୋଲ ଦେଖାଯାଇଛି । ଉତ୍ସବ ମୁଖର ହୋଇଛି ଦେଶ ବିଦେଶ । କିନ୍ତୁ ଏହି ଖୁସି ସମୟରେ ମହାରାଷ୍ଟ୍ରର ନାସିକ ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ନାସିକ ଅଞ୍ଚଳରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଲୋକଙ୍କ ଛାତିକୁ ଥରାଇ ଦେଇଛି । ନାସିକ- ମୁମ୍ବାଇ ରାଜପଥରେ ଅବସ୍ଥିିତ ଗୋଣ୍ଡେ ଗାଁରେ ଥିବା ଜିନ୍ଦଲ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୯ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ସକାଳ ୧୧.୦୦ଟା ସମୟରେ ହୋଇଥିବା ସୂଚନା ମିଳିଛି । କମ୍ପାନୀର ବାୟଲର ଫାଟି ଯାଇଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ଚର୍ଚ୍ଚା କରାଯାଉଛି ।

ବିସ୍ଫୋରଣ ଏତେ ଅଧିକ ଜୋରରେ ହୋଇଥିଲା ଯେ୨୦ରୁ ୨୫ ଟି ଗାଁର ବାସିନ୍ଦା ଏହାର ଶବ୍ଦକୁ ଅନୁଭବ କରିଥିଲେ । ଏହି କମ୍ପାନୀ ଏକ ବନ୍ଦ ଅଞ୍ଚଳରେ ହୋଇଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସବିଶେଷ ତଥ୍ୟ ମିଳିପାରିନି । ଘଟଣାର ତଦନ୍ତ କରାଯାଉଛି । ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ଆହତ ବ୍ୟକ୍ତିଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ଜିଲ୍ଲାପାଳ ଗଙ୍ଗାଧରନ ଡି ଏବଂ ପୋଲିସ ଏସପି ଶାହାଜୀ ଉମାପ ସମେତ କେତେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ନାସିକ ନଗର ନିଗମର ଦମକଳ ଅଧିକାରୀଙ୍କ କହିବା ଅନୁସାରେ ନିଆଁ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ଫ୍ୟାକ୍ଟ୍ରିରେ ଥିବା କଞ୍ଚାମାଲ ଯୋଗୁଁ ନିଅାଁ ଅଧିକ ବ୍ୟାପିବାରେ ଲାଗିଛି । ସୂଚନା ଅନୁଯାୟୀ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବା ପାଇଁ ଆହୁରି ସମୟ ଲାଗିବ । ନିଅାଁ ଲାଗିଥିବାର କାରଣ ଅସ୍ପଷ୍ଟ ଥିବାବେଳେ ଏହାର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.