fbpx

କେନ୍ଦ୍ର ସରକାରଙ୍କ ନୂଆବର୍ଷ ଭେଟି: ଆଜିଠାରୁ ‘ଏନ୍‍ଏଫ୍‍ଏସଏ’ ଅଧୀନରେ ବର୍ଷକ ପାଇଁ ମାଗଣା ମିଳିବ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅନୁସାରେ କେନ୍ଦ୍ର ସରକାର ଆଜିଠାରୁ ଏକ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇଦେବେ । ଗତ ସପ୍ତାହରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ୨୦୨୩ବର୍ଷ ପାଇଁ ୮୧ କୋଟି ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇଦେବାକୁ ସ୍ଥିର କରାଯାଇଥିଲା । ସରକାର ସାମାଜିକ ଏବଂ ଆଇନ୍‍ଗତ ପ୍ରତିବଦ୍ଧତା ଅନୁସାରେ ଦେଶର ସମସ୍ତ ନାଗରୀକଙ୍କୁ ଖାଦ୍ୟ ଓ ପୌଷ୍ଟିକ ସୁରକ୍ଷା ପ୍ରଦାନ କରିବାକୁ ଏଭଳି ନିଷ୍ପତ୍ତି ନେଇଥିବା ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି ଆଜିଠାରୁ ଏକକ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ (ଏନ୍‍.ଏଫ୍‍.ଏସ୍‍.ଏ.) ହିତାଧିକାରୀଙ୍କ ସମେତ ଅନ୍ତୋଦୟ ଅନ୍ନ ଯୋଜନା ଏବଂ ଅନ୍ୟାନ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ନିଶୁଳ୍କ ଖାଦ୍ୟଶସ୍ୟ ମିଳିବ । ସାରା ଦେଶରେ ଥିବା ୫ଲକ୍ଷରୁ ଅଧିକ ସୁଲଭ ଖାଦ୍ୟ ଭଣ୍ଡାର ମାଧ୍ୟମରେ ଏହି ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ । ଏଥିପାଇଁ କେନ୍ଦ୍ର ସରକାର ବାର୍ଷିକ ୨ଲକ୍ଷ କୋଟି ଟଙ୍କା ରିହାତି ପ୍ରଦାନ କରିବେ । ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅନୁସାରେ ଗରିବମାନଙ୍କ ନିକଟରେ ସୁଲଭ ଦରରେ ଖାଦ୍ୟଶସ୍ୟର ଉପଲବ୍ଧତା ଓ ସୁଗମତା ପ୍ରତିପାଦିତ ହେବ ।

 

Get real time updates directly on you device, subscribe now.