fbpx

ବିଜ୍ଞାନର କମାଲ: ବ୍ରେନ ସ୍କାନ ମାଧ୍ୟମରେ ମଣିଷର ଡିପ୍ରେସନକୁ ଦେଖିହେବ ଓ ଏହାକୁ ଚିକିତ୍ସା କରିହେବ

ନୂଆଦିଲ୍ଲୀ: ମଣିଷ ଈଶ୍ୱରଙ୍କ ସୃଷ୍ଟିରେ ଏକ ବିଚିତ୍ର ଜୀବ । ଦିନକୁ ଦିନ ବିଜ୍ଞାନ ବିକାଶ ଲାଭ କରିବା ସହିତ ମଣିଷକୁ ନେଇ ବିଭିନ୍ନ ପ୍ରକାରର ଗବେଷଣାତ୍ମକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ତେଣୁ ମଣିଷର ବ୍ରେନ ଉପରେ ବୈଜ୍ଞାନିକମାନେ ସ୍ୱତନ୍ତ୍ର ଭାବେ ଅଧ୍ୟୟନ କରିଥାନ୍ତି । ନିକଟରେ ବୈଜ୍ଞାନିକମାନେ ଏକ ନୂଆ ସଫଳତା ହାସଲ କରିଛନ୍ତି । ସ୍କାନ ମାଧ୍ୟମରେ ମଣିଷର ବ୍ରେନର ଡିପ୍ରେସନକୁ ଦେଖିହେବ । ଏଥିସହିତ ଏହାକୁ ଚିକିତ୍ସା ମଧ୍ୟ କରିହେବ ବୋଲି ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ।

ସାଧାରଣ ଭାବେ ଡିପ୍ରେସନ ହେଉଛି ଏକ ଭୟଙ୍କର ଅସୁସ୍ଥତା । ଏହାଦ୍ୱାରା ଜଣେ ବ୍ୟକ୍ତି ଖରାପ ଅନୁଭବ କରିବା ସହିତ ଏହା ପ୍ରାଥମିକ ଭାବେ ମାନସିକ ଅଶାନ୍ତିର କାରଣ ସାଜିଥାଏ । ମଣିଷର ମାନସିକ ଅସୁସ୍ଥତାକୁ ନେଇ ଅନେକ ସମୟରେ ବିଶେଷଜ୍ଞମାନେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଇଥାନ୍ତି । ଯେତେବେଳେ ଜଣେ ମାନସିକ ଭାବେ ସଠିକ୍ ସ୍ଥିତିରେ ନଥାଏ, ତା’ର ଶରୀର ମଧ୍ୟରେ କ’ଣ ଚାଲିଥାଏ ତାହା ସେ ଜାଣିବାକୁ ଅକ୍ଷମ ଥାଏ ।

ନିକଟରେ ଟେକ୍ସାସ ସ୍ଥିତ ହୌଷ୍ଟନର ବେଲର କଲେଜ ଅଫ୍ ମେଡିସିନ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଛି । ମସ୍ତିଷ୍କର କାର୍ଯ୍ୟକଳାପକୁ ଅନୁସରଣ କରି ମଣିଷର ଭାବପ୍ରବଣତା ସ୍ଥିତି ବିଷୟରେ ଜାଣିବା ପାଇଁ ଗବେଷକମାନେ ‘ମୁଡ୍ ଡେଭଲପର’ ବିକଶିତ କରିଛନ୍ତି । ମଣିଷର ବ୍ରେନରେ ମୁଡକୁ ଡିକୋଡିଂ କରିବା ହେଉଛି ପ୍ରଥମ ଘଟଣା । ଏଥିସହିତ ରିସର୍ଚ୍ଚକାରୀମାନେ ଜଣେ ରୋଗୀର ବ୍ରେନରେ କିପରି ପଜିଟିଭ୍ ମୁଡକୁ ଉତ୍ସାହିତ କରାଯିବ ସେ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.