fbpx

ମୃତ୍ୟୁ ଭିକ୍ଷା ମାଗୁଥିଲେ ହନି ସିଂ , କହିଲେ ମୋ ସହ ଯାହା ହେଇଛି ମୋ ଶତ୍ରୁ ମାନଙ୍କ ସହ କେବେ ନ ହେଉ

ମୁମ୍ବାଇ: ସିଙ୍ଗର ତଥା ରାପର ହନି ସିଙ୍ଗଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହି ସିଙ୍ଗର ଜଣକ ସବୁ ଠାରେ ସୁପରିଚିତ । ଏହା ସହିତ ସେ ତାଙ୍କ ଜୀବନରେ ବହୁ ସୁଖ ଦୁଃଖ ଦେଖିଛନ୍ତି । କିନ୍ତୁ ନିକଟରେ ହନି ସିଂହ ତାଙ୍କର ଅସୁସ୍ଥତା ପାଇଁ ଇଣ୍ଡଷ୍ଟ୍ରି ଠାରୁ ଟିକିଏ ଦୂରରେ ରହିଥିଲେ । କେବଳ ଏତିକି ନୁହେଁ ନିକଟରେ ତାଙ୍କର ଛାଡପତ୍ର ମଧ୍ୟ ହେଇଛି । ଏବେ ତାଙ୍କ ଜୀବନରେ ଆଉ ଜଣେ ମହିଳାଙ୍କ ଏଣ୍ଟ୍ରି ହୋଇଛି । ତେବେ ଏହା ସବୁ କୁ ଛାଡି ଦେଲେ ହନି ସିଂହ ଯେଉଁ ପରିସ୍ଥିତି ଦେଇ ଗତି କରିଥିଲେ ତାହାକୁ ନେଇ ସେ ଏବେ ମୁହଁ ଖୋଲିଛନ୍ତି ।

ତେବେ ତାଙ୍କ ପରିସ୍ଥିତିକୁ ଦର୍ଶାଇ ସେ କହିଛନ୍ତି ଯେ ଯେତେବେଳେ ମୋ ସହ ଏତେ ସବୁ ଘଟଣା ଘଟୁଥିଲା ମୁଁ ଜାଣି ହିଁ ପାରୁ ନଥିଲି କଣ କରିବି । ସେ ସମୟରେ ମୋର ଏଭଳି ମୁଡ ସ୍ୱିଙ୍ଗ ହେଉଥିଲା ମୁଁ କିଛି କରିପାରୁ ନଥିଲି । କେବଳ ମରିବା ପାଇଁ ପ୍ରାର୍ଥନା କରୁଥିଲି । ଏହା ସହିତ ସେ କହିଛନ୍ତି ମୁଁ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହିବା କାରଣରୁ ଏହି ସବୁ ସମସ୍ୟା  ବଢ଼ିବାକୁ ଲାଗିଲା । ଜଣେ ମଣିଷ ଯେତେବେଳେ ଏକା ରହିଥାଏ ବିଷାଦ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବହୁ କଥା ତା ମୁଣ୍ଡକୁ ଆସେ ।

ଟାଇମ୍ସ ମିରରକୁ ସୂଚନା ଦେଇ ହନି କହିଛନ୍ତି ଯେ ମଣିଷର ମାନସିକ ବିଷାଦ ବିଭିନ୍ନ ପ୍ରକାରର ରହିଛି । ଏହା ସହିତ ମୋତେ ବାଇପୋଲାର ଡିସଅର୍ଡର ହୋଇଥିଲା । ଏହା ମଧ୍ୟ ଏକ ମାନସିକ ରୋଗ ଅଟେ । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ମୋର ଯେଉଁମାନେ ଶତ୍ରୁ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି ରୋଗ ନ ହେଉ । ବହୁତ ହିଁ ଅଧିକ ମାରତ୍ମକ ହେଉଛି ଏହି ରୋଗ । ମୁଁ ପ୍ରତିଦିନ ଏହି ରୋଗରୁ ରକ୍ଷା ପାଇବା ପାଇଁ ମୃତ୍ୟୁ ଭିକ୍ଷା କରୁଥିଲି ।

ମଦ, ନିଶା ରେ ମୁଁ ଏଭଳି ଚୁର ଥିଲି ଯେ ମୁଁ ଏହି ରୋଗକୁ ଜାଣିବା ପାଇଁ ମୋତେ ୩ବର୍ଷ ସମୟ ଲାଗିଗଲା । ଏହା ସହିତ ଡାକ୍ତରଙ୍କୁ ମଧ୍ୟ ମୋର ଏହି ରୋଗକୁ ଚିହ୍ନିବା ପାଇଁ ୪ବର୍ଷ ଲାଗିଗଲା । ବାସ ଏହି ଏକ ବର୍ଷ ହେବ ମୁଁ ଏହି ରୋଗର ପ୍ରତିକାର ପାଇଲି । ଆଉ ଏବେ ଡାକ୍ତରଙ୍କ କହିବା ଅନୁସାରେ ମେଡିସିନ ଖାଇ ନିଜକୁ ଠିକ ରଖିବାକୁ ପ୍ରୟାସ କରୁଛି ।

ତେବେ ହନି ସିଂହ ତାଙ୍କ ସହ ହୋଇଥିବା ଘଟଣାରୁ ଯାହା ଶିଖିଛନ୍ତି ତାକୁ ତାଙ୍କ ପ୍ରଶଂସକ ମାନଙ୍କ ସହିତ ବାଣ୍ଟିଛନ୍ତି । ଆଉ କହିଛନ୍ତି ଯେ ଯଦି ଆପଣ ମାନଙ୍କୁ ଏହି ଭଳି ଏନ୍ଜାଇଟି ଆସୁଛି ତେବେ ଆପଣ ନିଜ ପରିବାର ଲୋକମାନଙ୍କ ସହିତ ସମୟ ବିତାନ୍ତୁ । ଆଦୌ ମଦ ପିଅନ୍ତୁ ନାହିଁ । ଯେତେ ଏହି ବିଷୟରେ ଆପଣ ଆଉ କାହା ସହିତ କଥାବାର୍ତ୍ତା ହେବେ ଆପଣଙ୍କ ସେତେ ଭଲ ଲାଗିବ । ତେଣୁ ମେଡିକାଲ ଯିବା ସହିତ ନିଜ ଲୋକମାନଙ୍କ ସହିତ ମଧ୍ୟ ଆପଣ ଯାହା ଭାବୁଛନ୍ତି ଯାହା ଭୋଗୁଛନ୍ତି ତାହା ବାଣ୍ଟନ୍ତୁ, ଆପଣଙ୍କୁ ବହୁତ ଆରାମ ମିଳିବ ।

Get real time updates directly on you device, subscribe now.