fbpx
BSKY SKY
BSKY SKY

ଓଡ଼ିଶା ଉପକୂଳରେ ‘ସାଗର କବଚ-୧’: ସମରାଭ୍ୟାସ କରୁଛନ୍ତି ନୌସେନା-ଓଡ୍ରାଫ୍ ଟିମ୍

BSKY

ପାରାଦୀପ: ଆଜି ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ ‘ସାଗର କବଚ-୧’ । ଭାରତୀୟ ନୌସେନା, ତଟରକ୍ଷା ବାହିନୀ ଏବଂ ସାମୁଦ୍ରିକ ପୋଲିସ ମିଳିତ ଭାବରେ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଜଙ୍ଗଲ ବିଭାଗ, ଓଡ୍ରାଫ ଟିମ ଏବଂ ଅନ୍ୟାନ୍ୟ ୧୮ଟି ସଂସ୍ଥା ସମରାଭ୍ୟାସରେ ସାମିଲ ହୋଇ ବିଭିନ୍ନ ପରିସ୍ତିତି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆତଙ୍କବାଦ ସଂଗଠନ ଏବଂ ଆତଙ୍କୀଙ୍କୁ ମାତ୍ ଦେବାକୁ ସୁରକ୍ଷାକର୍ମୀ ନିଜକୁ ଆହୁରି ଶକ୍ତିଶାଳୀ କରୁଛି । ବିଭିନ୍ନ ବିଭାଗରେ ସୁରକ୍ଷା ଦାୟିତ୍ୱରେ ରହିଥିବା କର୍ମୀ ନିଜକୁ ସମସ୍ତ ପ୍ରତିକୂଳ ପରିସ୍ଥିତି ପାଇଁ ସଜାଗ ରକିବା ପାଇଁ ପ୍ରସ୍ତୁତି ଅଭିଯାନରେ ଭାଗ ନେଇଛନ୍ତି । ତେବେ ଏହି ସମରାଭ୍ୟାସରେ ବ୍ଲୁ ଏବଂ ରେଡ୍ ଟିମ୍ ନାଁରେ ଦୁଇଟି ଟିମ୍ ନିଜ ନିଜର ଯୁଦ୍ଧ କୌଶଳ ଦେଖାଉଛନ୍ତି ।

Get real time updates directly on you device, subscribe now.