ସୈଫଙ୍କୁ ଛୁରାମାଡ଼ ଘଟଣା: ସାମ୍ନାକୁ ଆସିଲା ସନ୍ଦିଗ୍ଧର ପରିଚୟ, ଦିନରେ ବାର ସଫା ରାତିରେ କରୁଥିଲେ ଚୋରି

ପେଶାରେ ଜଣେ ସଫେଇ କର୍ମଚାରୀ। ସୈଫଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ। ପୋଲିସ ଖୋଲିଲା ଅପରାଧୀର ମୁଖା।

ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ସୈଫଙ୍କୁ ଛୁରା ମାରିଥିବା ସନ୍ଦିଗ୍ଧର ସମ୍ପୂର୍ଣ୍ଣ ପରିଚୟ। ଗିରଫ ପରେ ସାମ୍ନାକୁ ଆସିଛି ଅଭଯିଯୁକ୍ତର ପରିଚୟ।

ବାରରେ କାମ କରୁଥିଲା ଚୋର। ପେସାରେ ଜଣେ ସଫେଇ କର୍ମଚାରୀ।

ସୈଫଙ୍କୁ ଛୁରା ମାରି ଖସିଯିବା ପରେ ମୁମ୍ୱାଇ ପୋଲିସର ଚେଷ୍ଟାରେ ଅପରାଧୀ ଗିରଫ ହୋଇଛି। ହେଲେ ସେ ପ୍ରଥମେ ନିଜର ପରିଚୟ ଲୁଚାଇଥିଲା। ହେଲେ ତଦନ୍ତରୁ ପୁରା ପରିଚୟ ସାମ୍ନାକୁ ଆସିଛି।

ପେସାରେ ସେ ଜଣେ ସଫେଇ କର୍ମଚାରୀ ବୋଲି ଜଣାପଡି଼ଛି। ନାଁ ତାର ମହମ୍ମଦ ସରିଫୁଲ ଇସଲାମ ବୋଲି ମୁମ୍ୱାଇ ପୋଲିସ ସାମ୍ନାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛି।

ଗିରଫ ହେଲା ଅଭିଯୁକ୍ତ:  ସୈଫଙ୍କୁ ମରଣାତ୍ମକ ଆକ୍ରମଣ କରି ଖସିଯାଇଥିଲା ଚୋର। କଡ଼ା ସୁରକ୍ଷାବଳୟକୁ ଭେଦ କରି ସୈଫଙ୍କ ଘରେ ପସି ଚୋରି କରିବାକୁ କରିଥିଲା ଯୋଜନା।

ସେହି ଯୋଜନାରେ ଅନେକାଂଶରେ ସଫଳ ମଧ୍ୟ ହୋଇଥିଲା। ସୈଫଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଖସିଯିବାରେ ସଫଳ ମଧ୍ୟ ହୋଇଥିଲା। ପରେ ସୈଫଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମୁମ୍ୱାଇ ପୋଲିସର ପ୍ରଚେଷ୍ଟା ବଳରେ ଏବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ପରେ ପୋଲିସ ତାର ପରିଚୟ ଜାଣିବାକୁ ଚେଷ୍ଟା କରିଥିଲା। ହେଲେ ଅପରାଧୀ ପ୍ରଥମେ ନିଜ ନାମ ବିଜୟ ଦାସ ବୋଲି କହିଥିଲା।

କିଛି ସମୟ ପରେ, ପଚରାଉଚରା ସମୟରେ, ଅଭିଯୁକ୍ତ ଜଣକ ତାଙ୍କର ପ୍ରକୃତ ନାମ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦ ବୋଲି ପ୍ରକାଶ କରିଥିଲେ। ସେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି।

ପେଶାରେ ସଫେଇ କର୍ମଚାରୀ: ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଘରେ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାସରିଛି।

ହେଲେ ଆଶ୍ଚର୍ଯ୍ୟର କଥା ଏହା କି ଏତେବଡ଼ ଅପରାଧ ଘଟାଇଥିବା ଅପରାଧୀ ଯେ, ପେଶାରେ ଜଣେ ସଫେଇ କର୍ମଚାରୀ ହୋଇଥିବ ତାହା ସମସ୍ତଙ୍କ ଭାବନା ବାହାରେ ଥିଲା।

ପୋଲିସର ତଦନ୍ତରୁ ଯାହା ଜଣାପଡ଼ିଛି ମହମ୍ମଦ ଶରିଫୁଲ ଶାହଜାଦ ଏକ ବାରରେ ସଫେଇ କର୍ମଚାରୀ ଭାବରେ କାମ କରୁଥିଲା।

ହେଲେ ସେ ସୈଫଙ୍କ ଘରେ ଚୋରି କରିବାକୁ ପଶି ଆକ୍ରମଣ  କରିଥିଲା। ନାଁ ଏହା ପଛରେ ଆଉ କିଛି କାରଣ ଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।