fbpx

ରେକର୍ଡ ଟାଇମିଂ ହାସଲ କରି ମଧ୍ୟ ସେମିରୁ ବଞ୍ଚିତ ସାଜନ ପ୍ରକାଶ

ନୂଆଦିଲ୍ଳୀ: ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ଚମକ୍ରାର ପ୍ରଦର୍ଶନ କରିଥିଲେ ହେଁ ଅଳ୍ପକେ ସେମି ଫାଇନାଲରୁ ବାଦ ପଡିଛନ୍ତି । ଗୁରୁବାର ଅନୁଷ୍ଠିତ ହିଟରେ ସାଜନ ପ୍ରକାଶ ଚମକ୍ରାର ପ୍ରଦର୍ଶନ କରି ନିଜର ଶ୍ରେଷ୍ଠ ଟାଇମିଂ ହାସଲ କରିଥିଲେ ହେଁ ସେମିରେ ପହଞ୍ଚି ପାରିଲେନି । ସାଜନ ୧୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ୫୩.୪୫ ସେକେଣ୍ଡର ସମୟ ନେଇଥିଲେ । ଦ୍ୱିତୀୟ ହିଟରେ ଅଂଶଗ୍ରହଣ କରିଥିବା ସାଜନ ୨ୟ ସ୍ଥାନରେ ହିଟ ଶେଷ କରିଥିଲେ । ସମୁଦାୟ ପ୍ରତିଯୋଗୀଙ୍କ ମଧ୍ୟରେ ସାଜନଙ୍କ ପ୍ରଦର୍ଶନ ୪୬ତମ ସ୍ଥାନରେ ରହିଥିଲା ।

ଉଲ୍ଲେଖଯୋଗ୍ୟ ୨୬ ତାରିଖରେ ଅନୁଷ୍ଠିତ ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସାଜନ ୧ ମିନିଟ ୫୭.୨୨ ସେକେଣ୍ଡର ଟାଇମିଂ ହାସଲ କରିଥିଲେ । ୧୦୦ ମିଟର ପରି ୨୦୦ ମିଟର ବଟରଫ୍ଲାଏରେ ମଧ୍ୟ ସାଜନଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଛି ।

Get real time updates directly on you device, subscribe now.