fbpx

ଏଲଆଇସିର ଏହି ଯୋଜନାରେ ଜମା କରନ୍ତୁ ୧୩୦ ଟଙ୍କା, ଝିଅର ବିବାହରେ ମିଳିବ ୨୭ ଲକ୍ଷ, ଜାଣନ୍ତୁ କିପରି ?

ନୂଆଦିଲ୍ଲୀ: ବାପା-ମାଆ, ଝିଅ ଜନ୍ମ କରିବାପରେ ସେମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଅନେକ କିଛି ଇନଭେଷ୍ଟମେଣ୍ଟ ପଲିସି ନେବା ପାଇଁ ପ୍ଲାନ୍ କରନ୍ତି । ତେଣୁ ଜୀବନ ବୀମା ନିଗମ ବା ଏଲଆଇସି ଝିଅ ମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏକ ଦମଦାର୍ ଇନଭେଷ୍ଟମେଣ୍ଟ ପଲିସି ତଥା ସ୍କିମ୍ ଆଣିଛି । ଏଲଆଇସିର ଏହି ସ୍କିମ୍ କମ୍ ଆୟ କରୁଥିବା ବାପା-ମାଆଙ୍କ ପାଇଁ ବେଶ୍ ସୁବିଧାଜନକ ହେବ ବୋଲି କୁହାଯାଉଛି । ତେବେ ଏହି ସ୍କିମ୍ ର ନାଁ ହେଉଛି ଏଲଆଇସି କନ୍ୟାଦାନ ପଲିସି ।

ଏଲଆଇସି କନ୍ୟାଦାନ ପଲିସି ଅଧୀନରେ ଆପଣଙ୍କୁ ପ୍ରତିଦିନ ୧୩୦ ଟଙ୍କା ଜମା କରିବାକୁ ପଡ଼ିବ । ନୀତି ଅବଧିର ୩ ବର୍ଷରୁ କମ୍ ସମୟ ପାଇଁ ପ୍ରିମିୟମ୍ ପ୍ରଦାନ କରାଯିବ । ୨୫ ବର୍ଷ ପରେ ଏଲଆଇସି ପାଖାପାଖି ୨୭ ଲକ୍ଷ ଦେୟ ଦେବ । ତେବେ ଏଲଆଇସି କନ୍ୟାଦାନ ପଲିସି ପାଇଁ ନିବେଶକଙ୍କ ଆୟୁ ଅନ୍ୟୁନ ୩୦ ବର୍ଷ ହୋଇଥିବା ଦରକାର ଏବଂ ତାଙ୍କ ଝିଅର ନ୍ୟନୁତମ ଆୟୁ ୧ ବର୍ଷ ହେବା ଦରକାର ।

ମ୍ୟାଚ୍ୟୁରିଟି ରେ ମିଳିବ ୨୭ ଲକ୍ଷଟଙ୍କା

ଏହି ପଲିସିର ମିନିମମ୍ ମ୍ୟାଚୁରିଟି ପିରିଅଡ୍ ୧୩ ବର୍ଷ । ଯଦି କୌଣସି କାରଣ ବଶତଃ ବୀମାଭୁକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ତେବେ ସେହି ବ୍ୟକ୍ତିଙ୍କୁ ଏଲଆଇସି ପକ୍ଷରୁ ଅତିରିକ୍ତ ୫ ଲକ୍ଷ ଟଙ୍କା ଦିଆଯିବ । ଯଦି ଜଣେ ବ୍ୟକ୍ତି ୫ ଲକ୍ଷ ଟଙ୍କା ବୀମା ନିଅନ୍ତି, ତେବେ ତାଙ୍କୁ ୨୨ ବର୍ଷ ପର୍ଯ୍ୟନ୍ତ ମାସିକ ୧,୯୫୧ ଟଙ୍କା କିସ୍ତି ଦେବାକୁ ପଡିବ । ସମୟ ସମାପ୍ତ ହେବା ପରେ, ଏଲଆଇସି ରୁ ୧୩.୩୭ ଲକ୍ଷ ଟଙ୍କା ମିଳିବ । ସେହିଭଳି, ଯଦି ଜଣେ ବ୍ୟକ୍ତି ୧୦ ଲକ୍ଷ ବୀମା ନିଅନ୍ତି, ତେବେ ତାଙ୍କୁ ମାସ ପାଇଁ ୩୯୦୧ ଟଙ୍କା କିସ୍ତି ଦେବାକୁ ପଡିବ । ୨୫ ବର୍ଷ ପରେ ଏଲଆଇସି ଦ୍ୱାରା ୨୬.୭୫ ଲକ୍ଷ ଟଙ୍କା ଦିଆଯିବ ।

 

Get real time updates directly on you device, subscribe now.