fbpx

ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ

ରାୟଗଡ଼ା : କାର୍ଯ୍ୟରେ ଅବହେଳା, ଠିକ୍ ସମୟରେ ଲୋକଙ୍କୁ ସେବା ନଦେବା ଓ ଅଫିସ କାଗଜପତ୍ର ଠିକ୍ ନଥିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲର ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ ରଖିଛନ୍ତି ଜିଲ୍ଲାପାଳ ସ୍ୱଧା ଦେବ ସିଂ । ଏଥିରେ ତହସିଲଦାର ମଧ୍ୟ ସାମିଲ ରହିଛନ୍ତି । ହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି।

ସୂଚନା ଅନୁଯାୟୀ ଅଫିସ କାଗଜପତ୍ର ଠିକ ନଥିବା ଓ ଲୋକଙ୍କୁ ଠିକ୍‌ ସମୟରେ ସେବା ପ୍ରଦାନ କରୁନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ଅନେକ କାମ ଶେଷ ହୋଇନଥିବା ନଜରକୁ ଆସିଥିଲା। ଏଭଳିକି ଲୋକ କାଗଜପତ୍ର ପାଇଁ ଆବେଦନ କରି ବହୁ ଦିନରୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା। ଏହାପରେ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ଜିଲ୍ଲାପାଳ ପତ୍ର ଲେଖି ଜଣାଇଛନ୍ତି।

Get real time updates directly on you device, subscribe now.