fbpx

ବିିଳମ୍ବରେ ଆସିଲେ ବନ୍ଦ ହେବ ଦରମା, ବିଏମ୍‌ସିର ନୂଆ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ଏଣିକି ଅଫିସ୍‌କୁ ବିଳମ୍ବରେ ଆସିଲେ ଆଉ ତ୍ରାହି ନାହିଁ । କାରଣ ଏଣିକି ବିଳମ୍ବ କଲେ କର୍ମଚାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ମହାନଗର ନିଗମ ନେଇଛି ଏହି ବଡ ନିଷ୍ପତ୍ତି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦରମା କଟାଯିବ । କର୍ମଚାରୀଙ୍କ ଉପରେ ନଜର ରଖିବେ ବରିଷ୍ଠ ଅଧିକାରୀ । ବିଏମସି ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ବିଏମସି ପକ୍ଷରୁ ଜାରି ନୋଟିସ୍‌ରେ କୁହାଯାଇଛି ୯ଟା ୪୫ରୁ ୧୦ଟା ୧୫ ମଧ୍ୟରେ ଅଫିସ୍‌ରେ ପହଞ୍ଚିବାକୁ ପଡିବ । ଅଧିକରୁ ଅଧିକ ୧୫ ମିନିଟ୍ କୋହଳ କରାଯିବ । ଜରୁରୀକାଳୀନ କ୍ଷେତ୍ରରେ ସମୟସୀମା କୋହଳ କରାଯିବ । ବିଳମ୍ବରେ ଆସିଲେ ତତକ୍ଷଣାତ୍ ଛୁଟୀ ଘୋଷଣା କରାଯିବ । କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ ହେବ ।

Get real time updates directly on you device, subscribe now.