କ୍ରିକେଟ ଟିମର ମାଲିକ ହେଲେ ସଲ୍ଲୁ ଭାଇ, ଇନଷ୍ଟାଗ୍ରାମରେ ଦେଲେ ଖବର

କ୍ରିକେଟ ଟିମକୁ ମିଳିବ ବଡ଼ ଉତ୍ସାହ । ଟ୍ୟାଲେଣ୍ଟକୁ ମିଳିବ ବଡ଼ ସୁଯୋଗ ।

ମୁମ୍ବାଇ: ଦେଶର ପ୍ରଥମ ଓ ସବୁଠୁ ବଡ଼ ଟେନିସ୍-ବଲ୍ ଟି-୧୦ କ୍ରିକେଟ ଲିଗ୍ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ ନିଜ ୩ୟ ସିରିଜରେ ବଡ଼ ଘୋଷଣା କରିଛି । ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଏବେ ଆଇଏସପିଏଲ୍ ନୂଆଦିଲ୍ଲୀ ଫ୍ରାଞ୍ଚାଇଜର ମାଲିକ ହୋଇଛନ୍ତି ।

ଟିମ କିଣିବା ନେଇ ନିଜେ ସଲମାନ ଖାନ୍ ସୋସିଆଲ ମିଡିଆରେ ଆନାଉନ୍ସମେଣ୍ଟ କରିଛନ୍ତି । ଭିଡିଓ ଶେୟାର କରି ସଲମାନ ଦେଖିଛନ୍ତି, ସ୍ୱାଗତ ନହି କରୋଗେ ଦିଲ୍ଲୀକା ଓନର କା…

ଏ ନେଇ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ସଲମାନ କହିଛନ୍ତି, ପ୍ରତି ଗଳିରେ କ୍ରିକେଟକୁ ଲୋକେ ପସନ୍ଦ କରନ୍ତି । ଆଇଏସପିଏଲ ସହିତ ଯୋଡ଼ି ହୋଇ ମୁଁ ଅତ୍ୟନ୍ତ ସୁଖୀ । କ୍ରିକେଟ ଖେଳ ମୋତେ ପସନ୍ଦ । ଏହା ଟ୍ୟାଲେଣ୍ଟେଡ ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ସାବ୍ୟସ୍ତ ହେବ ।

ସଲମାନଙ୍କ ପାଇଁ ନୂଆଦିଲ୍ଲୀ ଟିମ ମଜଭୁତ ହେବ । ଏହାଛଡ଼ା ଟିମକୁ ଖେଳିବା ପାଇଁ ବଡ଼ ଉତ୍ସାହ ମିଳିବ ।