ସଲମାନ ଖାନଙ୍କ ଘର ଉପରେ ନଜର ରଖୁଥିବା ସୁଟର ଗିରଫ, Lawrence Bishnoi ଗ୍ୟାଙ୍ଗ ଦେଇଥିଲା ଫାୟରିଙ୍ଗର କାମ

ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋଟିଏ ପଟେ ପ୍ରଶ୍ନ ଉଠୁଛି ଯେ, ବାବାଙ୍କୁ କିଏ ମାରିଲା, ଅନ୍ୟପଟେ ସଲମାନ ଖାନଙ୍କ ସୁରକ୍ଷା । ବାବା ସିଦ୍ଦିକିଙ୍କୁ ଗୁଳିଚଳାଇବାର ଦାୟିତ୍ୱ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନେଇଥିଲା । ଏଥିସହ ସଲମାନ ଖାନଙ୍କୁ ନେଇ ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା । ତେବେ ବର୍ତ୍ତମାନ ଏକ ବଡ ଅପଡେଟ ସାମ୍ନାକୁ ଆସିଛି ଯେ, ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଏକ ସୁଟରକୁ ଗିରଫ କରାଯାଇଛି ।

ଚଳିତ ବର୍ଷ ଏପ୍ରିଲ ମାସରେ ସଲମାନ ଖାନଙ୍କ ଘର ଉପରେ ଗୁଳିଚାଳନା କରାଯାଇଥିଲା । ଏହି ଫାୟରିଙ୍ଗର ଦାୟିତ୍ୱ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନେଇଥିଲେ । ପୋଲିସ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଛି ଏବଂ ମାମଲାର ଯାଞ୍ଚ ଏପର୍ଯ୍ୟନ୍ତ ଚାଲିଛି । ଏହାରି ମଧ୍ୟରେ ବର୍ତ୍ତମାନ ହରିୟାଣା ଏବଂ ମୁମ୍ବାଇ ପୋଲିସର ଜଏଣ୍ଟ ଅପରେସନରୁ ପାନିପତରୁ ସକଖା କାଲୁୟା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ବ୍ୟକ୍ତି ବିଶ୍ନୋଇ ଗ୍ୟାଙ୍ଗର ବୋଲି କୁହାଯାଉଛି । ସୂଚନା ରହିଛି ଯେ, ଏହି ସୁଟର ସଲମାନ ଖାନଙ୍କ ସପାରୀ ନେଇଥିଲା ଏବଂ ଏହା ବିଶ୍ନୋଇ ଗ୍ୟାଙ୍ଗର ଶାର୍ପ ସୁଟର ଅଟନ୍ତି । ସୁକଖା ସଲମାନ ଖାନଙ୍କ ଘର ଉପରେ ନଜର ରଖିଥିଲା ଏବଂ ବର୍ତ୍ତମାନ ନୂଆ ମୁମ୍ବାଇର ପନବେଲ ସିଟି ପୋଲିସ ଏବଂ ହରିୟାଣା ପୋଲିସ ଅପରେସନ ଚଳାଇ ତାକୁ ଗିରଫ କରିଛନ୍ତି ।

 

Get real time updates directly on you device, subscribe now.