fbpx

ଆଜାଦ ହିନ୍ଦ୍ ଫୌଜର ଶେଷ ସୈନିକ ଲକ୍ଷ୍ମୀ ସେହଗଲଙ୍କୁ ଶ୍ରାଦ୍ଧ ଦିବସରେ କୋଟି କୋଟି ପ୍ରଣାମ

ଆଜି ହେଉଛି ମହାନ୍ କ୍ରାନ୍ତିକାରୀ ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜର ଶେଷ ସୈନିକ ଲକ୍ଷ୍ମୀ ସେହଗଲଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ଏହି ଚିର ବିପ୍ଲବୀଣି, ଅଗ୍ନିତେଜସ୍ୱିନୀ, ଭାରତ ନନ୍ଦିନୀ, ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଆଜୀବନ ସେବିକାଙ୍କୁ କୋଟି କୋଟି ପ୍ରଣାମ ।

୧୯୧୪ ମସିହା ଅକ୍ଟୋବର ମାସ ୨୪ ତାରିଖରେ ଏହି ମହାନ୍ ଜନନାୟିକା ମାଡ୍ରାସରେ ଜନ୍ମଗ୍ରହଣ କରିଥଲେ । ସେ କୁଇନ୍ ମ୍ୟାରି’ସ୍ କଲେଜରୁ ଶିକ୍ଷା ସମାପ୍ତ କରିବା ପରେ ମାଡ୍ରାସ ମେଡିକାଲ କଲେଜରୁ ୧୯୩୮ ମସିହାରେ ଏମବିବିଏସ ଡିଗ୍ରୀ ହାସଲ କରିଥିଲେ । ପରେ ସେ ସ୍ତ୍ରୀ ରୋଗ ଓ ପ୍ରସୂତୀ ଚିକିତ୍ସାରେ ଡିପ୍ଲୋପା କରିବା ସହ ଚେନ୍ନାଇର ତ୍ରିପ୍ଲିକେନରେ ଥିବା କସ୍ତୁରବା ଗାନ୍ଧୀ ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ ଯୋଗ ଯୋଗଦେଇଥିଲେ । ୧୯୪୦ ମସିହାରେ ସେ ସିଙ୍ଗାପୁର ଚାଲିଯାଇଥିଲେ ଓ ଏହି ରହଣି ସମୟରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଆ ନ୍ୟାସନାଲ ଆର୍ମିର ଜଣେ ସଦସ୍ୟ ହୋଇଥିଲେ ।

ଲକ୍ଷ୍ମୀ ପ୍ରେମ କୁମାର ସେହଗଲଙ୍କୁ ୧୯୪୭ ମସିହାରେ ଲାହୋରେ ବିବାହ କରିବା ପରେ ଦୁହେଁ କାନପୁରକୁ ଚାଲିଆସିଥିଲେ । ତାଙ୍କର ଦୁଇକନ୍ୟାଙ୍କ ମଧ୍ୟରୁ ସୁଭାଶିନୀ ଅଲ୍ଲୀ ଜଣେ କମ୍ୟୁନିଷ୍ଟ ନେତ୍ରୀ ହୋଇଥିବା ବେଳେ ଓ ଅନିସା ପୁରୀଙ୍କ ନାତି ଥିଲେ ଫିଲ୍ମନିର୍ମାତା ଶାଦ ଅଲ୍ଲୀ । ୧୯୯୮ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ୨୦୧୦ ମସିହାରେ କାଲିକଟ ୟୁନିଭରସିଟି ପକ୍ଷରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା । ୨୦୧୨ ମସିହା ଜୁଲାଇ ମାସ ୨୩ ତାରିଖରେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ଏହି ମହାନ୍ ନେତ୍ରୀ । ଚିରନିଦ୍ରାରେ ସବୁଦିନ ପାଇଁ ନିରବି ଯାଇଥିଲା ଏହି ଅମୂଲ୍ୟ କନ୍ୟାରତ୍ନର ସ୍ୱର । ତାଙ୍କର ମରଶରୀରକୁ ଗଣେଶ ଶଙ୍କର ବିଦ୍ୟାର୍ଥୀ ମେମୋରିଆଲ ମେଡିକାଲ କଲେଜକୁ ରିସର୍ଚ୍ଚ ପାଇଁ ଦାନ କରାଯାଇଥିଲା ।

Get real time updates directly on you device, subscribe now.