fbpx
BSKY SKY
BSKY SKY

ପିଇବା ଯୋଗ୍ୟ ନୂହେଁ ଏହି ସହର ଗୁଡ଼ିକର ପାଣି, ପ୍ଲାଷ୍ଟିକ୍ ଓ ମାଇକ୍ରୋପ୍ଲାଷ୍ଟିକ୍ ଦ୍ୱାରା ଦୂଷିତ ହେବାରେ ଲାଗିଛି ଗଙ୍ଗା ନଦୀର ଜଳ

BSKY

ନୂଆଦିଲ୍ଲୀ: ଗଙ୍ଗାକୁ ପରିଷ୍କାର ଏବଂ ନିର୍ମଳ କରିବା ପାଇଁ ହେଉଥିବା ଦାବି ମଧ୍ୟରେ ଦିଲ୍ଲୀର ଏକ ଏନଜିଓ ଟକ୍ସିକ୍ ଲିଙ୍କ୍ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗଙ୍ଗା ନଦୀ ପ୍ଲାଷ୍ଟିକରେ ପରିଣତ ହୋଇଛି । ଏହି ଅଧ୍ୟୟନରେ ଗଙ୍ଗା ନଦୀ କୂଳରେ ମାଇକ୍ରୋପ୍ଲାଷ୍ଟିକ୍ସର ଉପସ୍ଥିତି ଅଧ୍ୟୟନ କରାଯାଇଥିଲା, ଯେଉଁଥିରେ ହରିଦ୍ୱାର, କାନପୁର ଏବଂ ବାରାଣାସୀର ସମସ୍ତ ନଦୀ ନମୁନାରେ ମାଇକ୍ରୋପ୍ଲାଷ୍ଟିକ୍ ଦେଖିବାକୁ ମିଳିଥିଲା।

ଗଙ୍ଗାନଦୀର ପାଣିରେ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ୍ ଦେଖିବାକୁ ମିଳିଥିଲା । ଯେମିତିକି ସିଙ୍ଗଲ୍ ୟ୍ୟୁଜ୍ ପ୍ଲାଷ୍ଟିକ୍ ଏବଂପ୍ଲାଷ୍ଟିକ୍ ରେ ତିଆରି ଜିନିଷ ମିଳିଥିଲା । ସବୁଠାରୁ ଅଧିକ ପ୍ଲାଷ୍ଟିକ ବାରାଣାସୀରେ ଦେଖିବାକୁ ମିଳିଥିଲା। ଏହି ସବୁ ଜିନିଷ ନଦୀରେ ଅପରିଷ୍କାରତା ର ମାତ୍ରାକୁ ବଢ଼ାଉଛି । ଯେଉଁ ସହରଗୁଡ଼ିକ ଦେଇ ଗଙ୍ଗା ନଦୀ ପ୍ରବାହିତ ହେଉଛି ସେହି ସହର ଗୁଡ଼ିକରେ ଜଳ ପ୍ରଦୁଷିତର ମାତ୍ରା ବଢ଼ୁଛି । ଫଳରେ ଲୋକମାନଙ୍କ ପାଇଁ ପାଣିଦ୍ୱାରା ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ରହିଛି ।

ଗତ କିଛି ମାସ ହେବ ଏହି ପ୍ଲାଷ୍ଟିକ୍ ରେ ତିଆରି ଜିନିଷକୁ ଲୋକମାନେ ନଦୀରେ ପକାଉଛନ୍ତି । ଯାହା ଆଗକୁ ଯାଇ ଛୋଟ ଛୋଟ ଟୁକୁଡ଼ାରେ ପରିଣତ ହେଉଛି । ସେସବୁ ପରେ ଯାଇ ସମୁଦ୍ର ଜଳରେ ମିଶ୍ରଣ ହେଉଛି । ସବୁକିଛି ଏହିପରି ଭାବେ ଯାଇ ଶେଷରେ ସମୁଦ୍ରରେ ମିଶୁଛି । ଟକ୍ସିକ୍ ଲିଙ୍କ୍ ର ମୁଖ୍ୟ କୋଅର୍ଡିନେଟର୍ ପ୍ରୀତି ମହେଶଙ୍କ କହିବା ମୁତାବକ, ମାଇକ୍ରୋପ୍ଲାଷ୍ଟିକ୍ ନଦୀରେ ଯାଇ ମିଶୁଛି । ଏଥିରେ ସଲିଡ୍ ଏବଂ ଲିକ୍ୱିଡ୍ ରେ ତିଆରି ଜିନିଷ ସାମିଲ୍ ରହିଛି । ତେଣୁ ଅଳିଆ ଆବର୍ଜନା କୁ ନଦୀରେ ଫୋପାଡ଼ିବା ଠାରୁ ଦୂରରେ ରଖିବାକୁ ସେ ଅପିଲ୍ କରିଛନ୍ତି ।

ଟକ୍ସିକ୍ ଲିଙ୍କ୍ ଅଧୀନରେ ହରିଦ୍ୱାର, କାନପୁର ଏବଂ ବାରାଣାସୀରେ ନଦୀରୁ ଜଳର ପାଞ୍ଚଟି ନମୁନାକୁ ନେଇ ଗୋଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫିରେ ଦ୍ୱାରା ପରୀକ୍ଷା ପାଇଁ ପଠାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଗଙ୍ଗା ନଦୀ ଜଳରେ ୪୦ ଟି ବିଭିନ୍ନ ପ୍ରକାରର ମାଇକ୍ରୋ ପ୍ଲାଷ୍ଟିକ ଉପସ୍ଥିତ ଅଛି। ସମସ୍ତ ତିନୋଟି ସ୍ଥାନରେ EVOH, polyacetylene, PIP, PVC ଏବଂ PVL ପରି ରେସିନ୍ ପ୍ରଚୁର ପରିମାଣରେ ମିଳିଥିଲା ଜ୍ଝ

Get real time updates directly on you device, subscribe now.