fbpx

Youtuberଙ୍କ ନାମରେ ସାମନ୍ଥାଙ୍କ ମାନହାନି ମୋକଦ୍ଦମା

ନୂଆଦିଲ୍ଳୀ: ସାଉଥ୍ ସୁନ୍ଦରୀ ସାମନ୍ଥା ରଥ୍ ପ୍ରଭୁ ନିଜ ଡିଭୋର୍ସ ପରେ ବେଶ ଚର୍ଚ୍ଚାରେ ରହିଛନ୍ତି । ସାମନ୍ଥା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଗୁରୁବାର ସେ ଏକାଧିକ ୟୁଟ୍ୟୁବରଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ମିଥ୍ୟା ଏବଂ ଭ୍ରମାତ୍ମକ ଖବର ପରିବେଶଣ ପାଇଁ ସାମନ୍ଥା ଏହି ମାମଲା ରୁଜୁ କରିଥିବା ଜଣାପଡିଛି । ସାମନ୍ଥାଙ୍କର ବିବାହ ବାହାରେ ସମ୍ପର୍କ ରହିଥିବା ତଥା ଗର୍ଭପାତକୁ ନେଇ ମିଥ୍ୟା ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ସାମନ୍ଥାଙ୍କୁ ବେଶ ଟ୍ରୋଲ ମଧ୍ୟ ହେବାକୁ ପଡିଥିଲା ।

ସାମନ୍ଥା ବର୍ତ୍ତମାନ ନିଜର ବନ୍ଧୁ ଶିଳ୍ପା ରେଡ୍ଡୀଙ୍କ ସହିତ ଋଷିକେଶ ଗସ୍ତରେ ଅଛନ୍ତି । ଅକ୍ଟୋବର ୨୦ ତାରିଖରେ ସାମନ୍ଥା ଟ୍ୱିଟ କରି ଋଷିକେଶ ଗସ୍ତରେ ଥିବା ସ୍ପଷ୍ଟ କରିଥିଲେ । ସାମନ୍ଥା ଏକାଧିକ ୟୁଟ୍ୟୁବ ଚ୍ୟାନେଲ ନାମରେ ମାମଲା ରୁଜୁ କରିଥିବା ନେଇ ତାଙ୍କର ପିଆର ଟିମ ପକ୍ଷରୁ କୁହାଯାଇଛି । ଅକ୍ଟୋବର ୨ ତାରିଖରେ ସାମନ୍ଥା ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ । ଉଭୟ ଅଲଗା ହେବା ନେଇ ବିଭିନ୍ନ ଆଡୁ ବିଭିନ୍ନ ଖବର ଶୁଣିବାକୁ ମିଳିଥିଲା । ଏପରିକି ସାମାନ୍ଥାଙ୍କ ଆଫେୟାର୍ସର ଖବର ଚର୍ଚ୍ଚାର ଶିରୋନାମା ପାଲଟିଥିଲା ।

Get real time updates directly on you device, subscribe now.