ସମ୍ଭାଲ ଜାମା ମସଜିଦ୍ ବନାମ ହରିହର ମନ୍ଦିର ମାମଲା: ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ସମ୍ଭାଲ ଜାମା ମସଜିଦ୍ ବନାମ ହରିହର ମନ୍ଦିର ମାମଲାରେ ଦାଖଲ ହେଲା ସର୍ଭେ ରିପୋର୍ଟ ।

ରିପୋର୍ଟ ଦାଖଲ କଲେ ଆଡଭୋକେଟ କମିଶନର ରମେଶ ସିଂହ ରାଘବ । ଉତ୍ତରପ୍ରଦେଶର ସମ୍ଭାଲସ୍ଥିତ ଜାମା ମସଜିଦ ବନାମ ହରିହର ମନ୍ଦିର ମାମଲା ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସାହି ଜାମା ମସଜିଦର ସର୍ଭେ ନଭେମ୍ବର ୧୯ ଓ ୨୪ରେ କରାଯାଇଥିଲା । ଏହି ସର୍ଭେ ରିପୋର୍ଟ ସମ୍ଭାଲସ୍ଥିତ ଚାନ୍ଦବାଲି ଜିଲ୍ଲା ଅଦାଲତରେ ଦାଖଲ କରାଯାଇଥିଲା ।