fbpx
BSKY SKY
BSKY SKY

ମୋ ପୁଅକୁ ମିଥ୍ୟା ଡ୍ରଗ୍ସ କେସରେ ଫସା ଯାଇଛି, ସମୀର ଓ୍ଵାଙ୍ଖଡେଙ୍କ ବିରୋଧରେ ରିଟାୟର୍ଡ ଏସିପି ଆଣିଲେ ସଙ୍ଗୀନ ଅଭିଯୋଗ

BSKY

ମୁମ୍ବାଇ ୨୩।୧୧ : ହାଇ ପ୍ରୋଫାଇଲ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେଙ୍କ ଅଡୁଆ ବଢିବାରେ ଲାଗିଛି। ଗୋଟିଏ ପଟେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ଜାମିନ ଆଦେଶରେ ହାଇକୋର୍ଟ କହିବା ଏନସିବିର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଏବେ ମୁମ୍ବାଇର ଜଣେ ଅବସରପ୍ରାପ୍ତ ଅତିରିକ୍ତ ପୋଲିସ କମିଶନର ଦାବି କରିଛନ୍ତି ଯେ, ଚଳିତ ବର୍ଷ ଆରମ୍ଭରେ ମିଥ୍ୟା କେସରେ ତାଙ୍କ ପୁଅକୁ ଗିରଫ କରାଯାଇଥିଲା। ଏହି ମାମଲାରେ ୨୬ ବର୍ଷୀୟ ଅଭିଯୁକ୍ତ ଶ୍ରେୟସଙ୍କ ବାପା ତଥା ପୁର୍ବତନ ଏସିପି ଅନନ୍ତ କେଞ୍ଜଲେ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ଶ୍ରେୟସଙ୍କ ଗିରଫଦାରୀ ସମୟରେ ସମୀର ଓ୍ଵାଙ୍ଖଡେ ମଧ୍ୟ ଥିଲେ। କିନ୍ତୁ ତଦନ୍ତରେ ଏହା ଦର୍ଶାଯାଇ ନାହିଁ।
ଶ୍ରେୟସ କେଞ୍ଜଲେଙ୍କ ପକ୍ଷରୁ କୋର୍ଟରେ ଦାଖଲ ସତ୍ୟପାଠରେ ଅନୁରୋଧ କରାଯାଇଛି ଯେ, ତାଙ୍କ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉ। ଯଦ୍ଵାରା ଏହା ପ୍ରମାଣିତ ହୋଇ ପାରିବ ଯେ, ଗିରଫଦାରୀ ସମୟରେ ସମୀର ଓ୍ଵାଙ୍ଖଡେ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଏଫଆଇଆର କିମ୍ବା ତଦନ୍ତ ରିପୋର୍ଟରେ ସମୀରଙ୍କ ଉପସ୍ଥିତିକୁ ନେଇ କିଛି ଉଲ୍ଲେଖ କରାଯାଇ ନାହିଁ। ସୂଚନାଯୋଗ୍ୟ, ଶ୍ରେୟସ କେଞ୍ଜଲେଙ୍କୁ ଏନସିବି ଚଳିତ ବର୍ଷ ଜୁନ ୨୨ ତାରିଖ ସନ୍ଧ୍ୟା ୮ଟାରେ ଏନଡିପିଏସର ଧାରା ୮(ସି), ୨୦(ବି)(ii)(ଏ), ୨୨(ସି), ୨୭, ୨୭ ଏ, ୨୮ ଏବଂ ୨୯ ଆଧାରରେ ଗିରଫ କରାଯାଇଥିଲା। ଏନସିବି କଥିତ ଭାବେ ଶ୍ରେୟସଙ୍କ ନିକଟରୁ ୩୦୦ ଗ୍ରାମର ଗଞ୍ଜେଇ ପତ୍ର ଏବଂ ୪୩୬ ଏଲଏସଡି ବ୍ଲାଟ୍ ଜବତ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଜବତ ଗଞ୍ଜେଇକୁ ପ୍ୟାକ୍ କରାଯାଇ ସିଲ୍ କରାଯାଇଥିଲା। ଅଭିଯୁକ୍ତ ନିଜ ସତ୍ୟପାଠରେ କହିଛନ୍ତି ଯେ, ଗିରଫଦାରୀ ରାତିରେ ସିସିଟିଭି ଫୁଟେଜ୍ରେ କଏଦ ସମୀର ଓ୍ଵାଙ୍ଖଡେ ସହିତ ଏନସିବିର ଅଧିକାରୀଙ୍କ ରିପୋର୍ଟ ସଂପୂର୍ଣ୍ଣ ବୀପରିତ ରହିଛି।
ସତ୍ୟପାଠରେ ଏହା ଉଲ୍ଲେଖ ରହିଛି ଯେ, ସମୀର ଓ୍ଵାଙ୍ଖଡେ ଗିରଫଦାରୀର ରାତି ୯ଟା ୪୭ ମିନିଟ୍ରେ ମୁଖ୍ୟ ଗେଟ୍ ଦେଇ ବିଲ୍ଡିଂକୁ ଆସିଥିଲେ। କିଛି ମିନିଟ୍ ପରେ ସେ ଲିଫ୍ଟରେ ଚଢିଥିଲେ ଏବଂ ଭିଭି ସିଂହ(ଆର୍ୟନ ଖାନ ମାମଲାରେ ଯାଞ୍ଚ ଅଧିକାରୀ)ଙ୍କ ପରି ଅଧିକାରୀଙ୍କ ସହିତ ବହୁତ ସମୟ ଧରି ଆଲୋଚନା କରିଥିଲେ। ରାତି ପ୍ରାୟ ୧୦ଟା ୫୦ରେ ହିଁ ଅଧିକାରୀମାନେ ବିଲ୍ଡିଂରୁ ଯାଇଥିଲେ। କିନ୍ତୁ ଅଭିଯୋଜନ ପକ୍ଷ ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି ଯେ, ଓ୍ଵାଙ୍ଖଡେଙ୍କ ଉପସ୍ଥିତିକୁ କାହିଁକି ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ।

Get real time updates directly on you device, subscribe now.