fbpx

ପ୍ରଥମ ଟେଷ୍ଟ ପୂର୍ବରୁ ଭାରତକୁ ଝଟକା: ଆହତ ରାହୁଲଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ସୂର୍ଯ୍ୟ କୁମାର ଯାଦବ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଝଟକା । ପ୍ରଥମ ଟେଷ୍ଟକୁ ମାତ୍ର ଦୁଇ ଦିନ ବାକି ରହିଥିବା ବେଳେ ଆହତ ହୋଇ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି ଷ୍ଟାର ଓପନର କେ ଏଲ ରାହୁଲ । ରାହୁଲ ଆହତ ହୋଇ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ ପଡିଥିବା ବେଳେ ତାଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ନିକଟରେ ଟି-୨୦ ସିରିଜକୁ ଭାରତ ୩-୦ରେ ଜିତିଥିବା ବେଳେ ସୂର୍ଯ୍ୟ କୁମାର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ରାହୁଲଙ୍କ ସ୍ଥାନରେ ସୂର୍ଯ୍ୟ ସାମିଲ ହୋଇଥିବା ନେଇ ବିସିସିଆଇ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ପରବର୍ତ୍ତୀ ଦୁଇ ମ୍ୟାଚରେ ବିଫଳ ହୋଇଥିଲେ ହେଁ ରାହୁଲଙ୍କ ସ୍ଥାନରେ ସୂର୍ଯ୍ୟଙ୍କୁ ଦଳରେ ସ୍ଥାନ ମିଳିଛି । ପ୍ରଥମ ଟେଷ୍ଟ ୨୫ ତାରିଖରୁ କାନପୁରର ଗ୍ରୀନପାର୍କରେ ଖେଳାଯିବ । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ଦଳର ନେତୃତ୍ୱ ନେବେ । ସେହିପରି ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲ ଏବଂ ଶୁବମନ ଗିଲ ଓପନ କରିବେ । ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚରେ ରାହୁଲଙ୍କ ମାଂସପେଶୀ ଟାଣି ହୋଇ ଯାଇଥିବାରୁକ୍ନ୍ିମ ମ୍ୟାଚରୁ ବାଦ ପଡିଥିଲେ । ଏହା ସହିତ ରାହୁଲ ବର୍ତ୍ତମାନ ଏନସିଏରେ ରହି ଫିଟନେସ ହାସଲ କରିବାକୁ ଚେଷ୍ଟା କରିବେ । ଆସନ୍ତା ମାସରେ ସାଉଥ୍ ଆଫ୍ରିକା ସିରିଜ ପୂର୍ବରୁ ରାହୁଲ ଫିଟ ହେବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.