fbpx
BJD
BJD SKY
BJD SKY

ଶେଷରେ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ: କହିଲେ, ‘ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ’

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବିଜେଡ଼ିର ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କର ଇସ୍ତଫା ଦାବିରେ ଆନ୍ଦୋଳନକୁ ବିରୋଧୀ ଜୋରଦାର୍ କରିଛନ୍ତି । ବିରୋଧୀଙ୍କ ତୁମ୍ବିତୋଫାନ ପରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଶ୍ରୀ ଦାଶ ।

ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଶବ ଉପରେ ବିରୋଧୀ ରାଜନୀତି କରୁଛନ୍ତି । ପାହାଡ଼ରେ ମୁଣ୍ଡ ବାଡ଼େଇବା ଯାହା, ବିରୋଧୀ ଦଳର କଥାର ଅର୍ଥ ତାହା ବୋଲି ସେ କଟାକ୍ଷ ମଧ୍ୟ କରିଛନ୍ତି । ସେ କହିଥିଲେ ଜଣେ ସହଯୋଗୀଙ୍କ ମୃତ୍ୟୁରେ ସେ ଦୁଃଖିତ । କିନ୍ତୁ ଯେଉଁମାନେ ଶବକୁ ନେଇ ରାଜନୀତି କରୁଛନ୍ତି ସେମାନଙ୍କ ଲୋକଙ୍କ ସହ ସମ୍ପର୍କ ନାହିଁ । ଯେଉଁମାନେ ବର୍ତ୍ତମାନ ବଡ଼ପାଟି କରି କହୁଛନ୍ତି ସେମାନେ ୨ ବର୍ଷର ଏତେବଡ଼ କରୋନା ସମୟରେ ଦେଖା ଦେଲେ ନାହିଁ । ଏବେ ସେମାନେ ଯାହା କହୁଛନ୍ତି, ତାହା ସହ ଆମର କିଛି ସମ୍ପର୍କ ନାହିଁ ।

ଅନ୍ୟପକ୍ଷରେ ଏହି ମାମଲାରେ ଭାଇରାଲ୍ ହୋଇଥିବା ଅଡିଓକୁ ନେଇ କମିଶନରେଟ୍ ପୋଲସ ଖୋଳତାଡ଼ ଆରମ୍ଭ କରିଛି । ପୋଲିସର ନୋଟିସ୍ ପରେ ଭୁବନେଶ୍ୱର ଡିସିପି ଅଫିସରେ ସାମ୍ବାଦିକ ଅକ୍ଷୟ ନାୟକ ହାଜର ହୋଇ ନିଜର ବୟାନ ରଖିଛନ୍ତି । ତେବେ କଲରେକର୍ଡ ଯାଞ୍ଚ ପାଇଁ ଅକ୍ଷୟଙ୍କ ମୋବାଇଲକୁ ପୋଲିସ ଜବତ କରିଛି । ତେବେ ଅକ୍ଷୟ କହିଛନ୍ତି ଯେ, ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ଓ ଆଗକୁ ମଧ୍ୟ କରିବେ ।

ସୂଚନାଯୋଗ୍ୟ ଯେ, ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ଟେଲିଫୋନ୍ରେ ଅକ୍ଷୟଙ୍କ ସହ କଥା ହୋଇଥିଲେ । ଏବେ ସେହି ଅଡିଓ ଭାଇରାଲ୍ ହେବାରେ ଲାଗିଛି । ଅଡିଓରେ ଧର୍ମେନ୍ଦ୍ର ତାଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାଶଙ୍କ ସମେତ ୭ ଜଣଙ୍କୁ ଦାୟୀ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୋଲିସ ଧର୍ମେନ୍ଦ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଭୁବନେଶ୍ୱରସ୍ଥ ଶିଶୁପାଳଗଡ଼ ବାସଭବନରୁ ଉଦ୍ଧାର କରିଥିଲା ।

Get real time updates directly on you device, subscribe now.