fbpx
BJD SKY
BJD SKY

ସାମ୍‌ସଙ୍ଗ ଗ୍ୟାଲାକ୍ସି ଏ ୩୨. ୮ଜିବି ଭାରିଆଣ୍ଟ୍‌ର ଶୁଭାରମ୍ଭ, ଭର୍ଚୁଆଲ ମେମୋରୀ ଭାବେ ଅତିରିକ୍ତ ୪ ଜିବି ପର୍ଯ୍ୟନ୍ତ ବଢ଼ାଇ ପାରିବେ

BJD

ନୂଆଦିଲ୍ଲୀ: ଭାରତର ସର୍ବାଧିକ ବିଶ୍ୱସନୀୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁଗ୍ୟାଲାକ୍ସି ଏ୩୨ର ୮ଜିବି ଷ୍ଟୋରେଜ୍‌ ଭାରିଆଣ୍ଟ୍‌ର ଶୁଭାରମ୍ଭର ଘୋଷଣା କରାଯାଇଛି । ରାମ୍‌ ପ୍ଲସ୍‌ ସହିତ ଆପଣ ନିଜ ସ୍ମାର୍ଟଫୋନ୍‌ର ଇଣ୍ଟର୍‌ନାଲ ଷ୍ଟୋରେଜ୍‌କୁ ଉନ୍ନତ ପ୍ରଦର୍ଶନ ପାଇଁ ଭର୍ଚୁଆଲ ମେମୋରୀ ଭାବେ ବ୍ୟବହାର କରିପାରିବେ । ଏହାର ଇଣ୍ଟେଲିଜେଣ୍ଟ୍‌ ମେମୋରୀ ଏକ୍ସାନ୍‌ଶନ ବା  ୪ଜିବିର ଅତିରିକ୍ତ ଭର୍ଚୁଆଲ ରାମ୍‌ ପ୍ରଦାନ କରୁଛି ଯାହା ଗ୍ୟାଲାକ୍ସି ଏ୩୨ର ୮ଜିବି ମେମୋରୀକୁ ୧୨ଜିବିକୁ ସମ୍ପ୍ରସାରଣ କରୁଛି । ଏହା ଆପଣଙ୍କୁ ଏକାଥରେ ଅଧିକ ଆପ୍‌ ଖୋଲିବାକୁ ଅନୁମତି ଦେଇଥାଏ, ଆପ୍‌ଗୁଡିକର ଶୁଭାରମ୍ଭ ଟାଇମ୍‌କୁ ହ୍ରାସ କରୁଛି ଏବଂ ମଲ୍ଟିଟାସ୍କିଙ୍ଗ୍‌ ଅନୁଭୂତିକୁ ଉନ୍ନତ କରୁଛି ।

ଗ୍ୟାଲାକ୍ସି ଏ୩୨ ଆପଣଙ୍କୁ କ୍ରିସ୍ପ ଓ କ୍ଲିୟର ଫଟୋ କ୍ୟାପ୍‌ଚର କରିବା ପାଇଁ ସକ୍ଷମ କରିବା ଲାଗି ୬୪ଏମ୍‌ପି କ୍ୱାଡ୍‌ ରିୟର କ୍ୟାମେରା ଏବଂ ଅଧିକ ସ୍ପଷ୍ଟତାରେ ଆକର୍ଷଣୀୟ ସେଲ୍‌ଫି ନେବା ପାଇଁ ୨୦ ଏମ୍‌ପି ଫ୍ରଣ୍ଟ୍‌ କ୍ୟାମେରା ସହ ଆସୁଛି । ଗ୍ୟାଲାକ୍ସି ଏ୩୨ରେ ସୁଗମ ସ୍କ୍ରୋଲିଂ, ବ୍ରାଉଜିଙ୍ଗ ଓ ଗେମିଙ୍ଗ୍‌ ପାଇଁ ୯୦ଏଚ୍‌ଜେଡ୍‌ ରିଫ୍ରେଶ୍‌ ରେଟ୍‌ ସହିତ ୬.୪ ଇଞ୍ଚ୍‌ ଏଫ୍‌ଏଚ୍‌ଡିତ୍କଏସ୍‌ଆମୋଲେଡ୍‌ ଇନ୍‌ଫିନିଟି-ୟୁ ସ୍କ୍ରିନ୍‌ ରହିଛି । ଏହାର ଡିସ୍‌ପ୍ଲେ ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ମଧ୍ୟରେ ସ୍ପଷ୍ଟତା ପ୍ରଦାନ କରିବା ପାଇଁ ୮୦୦ ନିଟ୍‌ସ ପର୍ଯ୍ୟନ୍ତ ଶୀର୍ଷ ବ୍ରାଇଟ୍‌ନେସ୍‌କୁ ସପୋର୍ଟ କରୁଛି ।

ଗ୍ୟାଲାକ୍ସି ଏ୩୨ ଏହାର ଆଡ୍‌ଭାନ୍ସଡ୍‌ ଅକ୍ଟା-କୋର୍‌ ମିଡିଆଟେକ୍‌ ହେଲିଓ ଜି୮୦ ପ୍ରୋସେସର ସହିତ ଉନ୍ନତ ପ୍ରଦର୍ଶନ ପ୍ରଦାନ କରୁଛି । ଏହା ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରୀରେ ସୁସଜ୍ଜିତ ରହିଥିବା ବେଳେ ୧୫ୱାଟ୍‌ ଆଡାପ୍ଟିଭ୍‌ ଫାଷ୍ଟ ଚାର୍ଜିଙ୍ଗ୍‌ ସହିତ ଆସୁଛି । ଗ୍ୟାଲାକ୍ସି ଏ୩୨ ୮ଜିବି ୧୨୮ଜିବିର ମୂଲ୍ୟ ୨୩୪୯୯ ଟଙ୍କା ରହିଥିବା ବେଳେ ଏହା ରିଟେଲ୍‌ ଷ୍ଟୋର୍‌, ସାମ୍‌ସଙ୍ଗ ଡଟ୍‌ କମ୍‌ ଓ ଅଗ୍ରଣୀ ଅନ୍‌ଲାଇନ୍‌ ପୋର୍ଟାଲଗୁଡିକରେ ଉପଲବ୍ଧ ହେଉଛି । ଗ୍ୟାଲାକ୍ସି ଏ୩୨ ୮ଜିବି ୩ଟି ଆକର୍ଷଣୀୟ ରଙ୍ଗ- ଅସମ୍‌ ବ୍ଲାକ୍‌, ଅସମ ବ୍ଲୁ ଓ ଅସମ ଭାୟୋଲେଟ୍‌ରେ ଉପଲବ୍ଧ ହେଉଛି ।

Get real time updates directly on you device, subscribe now.