fbpx

ଭାରତରେ ଲଞ୍ଚ ହେଲା Samsung Galaxy M33 5G : 120 Hz ଡିସପ୍ଲେ ସହ ରହିଛି ଅନେକ ଦମଦାର ଫିଚର୍ସ

ସାମସଙ୍ଗ ଏହାର ନୂଆ ସ୍ମାର୍ଟଫୋନ Samsung Galaxy M33 5G କୁ ଭାରତରେ ଲଞ୍ଚ କରିଛି । ଏହା କମ୍ପାନୀର ଲେଟେଷ୍ଟ ଗାଲାକ୍ସୀ M-Series ସିରିଜ୍ ସ୍ମାର୍ଟଫୋନ । ଏହି ନୂଆ ଫୋନରେ ପାୱାର କୁଲ ଟେକ୍ନୋଲୋଜୀ, ଇଣ୍ଟେଲିଜେଣ୍ଟ ଭଏସ ଫୋକସ୍, ୫ଜି ସହ ଅନେକ ଦମଦାର ଫିଚର୍ସ ଦେଖିବାକୁ ମିଳିବ । ଫୋନକୁ ଦୁଇଟି ଭ୍ୟାରିଏଣ୍ଟ ୬+୧୨୮ ଜିବି ଏବଂ ୮+୧୨୮ ଜିବି ଭ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି ।

Samsung Galaxy M33 5G ର ସ୍ପେିସିଫିକେସନ:

ଡୁଆଲ ୫ଜି ନାନୋ ସିମ୍ ସହ ଆସୁଥିବା Samsung Galaxy M33 5G ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ୧୨ ବେସ୍ଡ ୱାନ ୟୁଆଇ ୪.୧ ଦିଆଯାଇଛି । ଫାନ ରେ 2.4 Ghz Octacore Exynos ପ୍ରୋସେସର ରହିଛି । ଏଥିରେ ୬.୬ ଇଞ୍ଚର ଫୁଲ ଏଚଡି+ ଇନଫିନିଟି-ଭି ଡିସପ୍ଲେ ଦିଆଯାଇଛି । ଏହାର ରିଫ୍ରେଶ ରେଟ୍ 120 Hz ରହିଛି । ଏଥିରେ ଗୋରିଲା ଗ୍ଲାସ ୫ ର ସୁରକ୍ଷା ଦିଆଯାଇଛି । ରାମ୍ କୁ ଭର୍ଚୁଆଲ ଭାବରେ ଇନବିଲ୍ଟ ଷ୍ଟୋରେଜ ମାଧ୍ୟମରେ ୧୬ ଜିବି ପର୍ଯ୍ୟନ୍ତ ବଢ଼ାଇପାରିବେ । ଏକ ଭଲ ଗେମିଙ୍ଗ ଏକ୍ସପିରିଏନ୍ସ ପାଇଁ ଫୋନରେ ପାୱାର କୁଲ ଟେକ୍ନୋଲୋଜୀ ଦେଖିବାକୁ ମିଳିବ । ଫୋନରେ ଅଟୋ ଡାଟା ସ୍ୱିଚଙ୍ଗ ଫିଚର ଦେଖିବାକୁ ମିଳିବ ଏହି ଫିଚର ଦ୍ୱାରା ପ୍ରାଇମେରୀ ସିମରେ ନେଟୱର୍କ ନଥିଲେ ଦ୍ୱିତୀୟ ସିମରେ ଏହାର କଲ ଏବଂ ଡାଟା ବ୍ୟବହାର କରିପାରିବେ ।

କ୍ୟାମେରା କହିଲେ ଫୋନରେ କ୍ୱାଡ କ୍ୟାମେରା ସେଟଅପ୍ ଦିଆଯାଇଛି । ଯେଉଁଥିରେ ପ୍ରାଇମେରୀ କ୍ୟାମେରା ୫୦ ମେଗାପିକ୍ସଲ, ୫ ମେଗାପିକ୍ସଲର ଅଲ୍ଟ୍ରାୱାଇଡ୍ ସେନ୍ସର, ୨ ମେଗାପିକ୍ସଲର ଡେପ୍ଥ ସେନ୍ସର ଏବଂ ଏକ ୨ ମେଗାପିକ୍ସଲର ମାକ୍ରୋ-ସୁଟର କ୍ୟାମେରା ଦିଆଯାଇଛି । ସେଲ୍ଫୀ ତଥା ଭିଡିଓ କଲ୍ ପାଇଁ ଏଥିରେ ୮ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି । ଏହା ସହ କ୍ୟାମେରାରେ ଇଣ୍ଟେଲିଜେଣ୍ଟ ଭଲସ ଫୋକସ୍ ମଧ୍ୟ ଦେଖିବାକୁ ମିଳିବ । Samsung Galaxy M33 5G ରେ ସାଇଡ-ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି ଏବଂ ୬୦୦୦ ଏମଏଏଚ ବ୍ୟାଟେରୀ ସହ ୨୫ ୱାଟର ଫାଷ୍ଟ ଚାର୍ଜିଂ ସୁବିଧା ରହିଛି । ସ୍ମାର୍ଟଫୋନ ଦୁଇଟି କଲର ଅପ୍ସନରେ ଲଞ୍ଚ କରାଯାଇଛି ।

Samsung Galaxy M33 5G ର ଦାମ୍:

Samsung Galaxy M33 5G ର ୬+୧୨୮ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ୍ ର ଦାମ ଭାରତରେ ୧୮,୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ଫୋନର ୮+୧୨୮ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ୍ ୨୦,୪୯୯ ଟଙ୍କା ରହିଛି । ତେବେ ଲଞ୍ଚ ଅଫରରେ ସାମସଙ୍ଗ ଗାଲାକ୍ସୀ ଏମ ୩୩ ୫ଜିର ଉଭୟ ଭ୍ୟାରିଏଣ୍ଟରେ ୧୦୦୦ ଟଙ୍କା ଡିସ୍କାଉଣ୍ଟ ମିଳୁଛି । ଏହା ସହ ଆଇସିଆଇ ବ୍ୟାଙ୍କ କାର୍ଡରେ ମଧ୍ୟ ୨୦୦୦ ଟଙ୍କାର ଇନଷ୍ଟାଣ୍ଟ କ୍ୟାସବ୍ୟାକ ମିଳୁଛି । Samsung Galaxy M33 5G କୁ ନୋ-କଷ୍ଟ ଇଏମଆଇରେ ମଧ୍ୟ କିଣିପାରିବେ । ଏହାର ବିକ୍ରି ୮ ଏପ୍ରିଲରୁ ଆରମ୍ଭ ହେବ । ଆମାଜନ ଏବଂ ସାମସଙ୍ଗ ୱେବସାଇଟରୁ କିଣିପାରିବେ ।

Get real time updates directly on you device, subscribe now.