fbpx

ଚନ୍ଦନ କାଠ ଚୋରି ଅଭିଯୋଗରେ ୩ ଗିରଫ

କଟକ, ୪ା୧୨ (ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚର ଏସଟିଏଫ୍ ଦ୍ୱାରା ଚନ୍ଦନ କାଠ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାର ଟାଙ୍ଗି ଅନ୍ତର୍ଗତ ଦଳଯୋଡ଼ି ଜଙ୍ଗଲରୁ ଚୋରା ଚନ୍ଦନ କାଠ ଜବତ ହୋଇଛି । ଏହି ମୂଲ୍ୟବାନ ଚନ୍ଦନ କାଠ ୪ କ୍ୱିଣ୍ଟାଲ ୬୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.