fbpx

ରିଲିଜ୍ ହେଲା ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ଟକ୍ ସୋ’ର ପ୍ରୋମୋ

ନୂଆଦିଲ୍ଲୀ: ସେଲିବ୍ରିଟି ଦମ୍ପତି ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ଛାଡପତ୍ର ହେବାର ଖବର ଗତ କିଛି ମାସ ଧରି ଚର୍ଚ୍ଚାରେ ରହି ଆସିଛି । ଉଭୟ ଏପର୍ଯ୍ୟନ୍ତ ଏହି ଖବରକୁ ଅସ୍ୱୀକାର ମଧ୍ୟ କରିନାହାଁନ୍ତି । ନିକଟରେ ଯେତେବେଳେ ଶୋଏବଙ୍କୁ ଏହି ବିଷୟରେ ପଚରାଯାଇଥିଲା, ସେ ଏହା ଏକ ବ୍ୟକ୍ତିଗତ ମାମଲା ବୋଲି କହିଥିଲେ । ଗୋଟିଏ ପଟେ ସେମାନଙ୍କ ଛାଡପତ୍ର ଖବର ବନ୍ଦ ହେଉନଥିବା ବେଳେ ଅନ୍ୟ ପଟେ ଦମ୍ପତିଙ୍କ ଆଗାମୀ ସେଲିବ୍ରିଟି ଟକ୍ ସୋ’ର ପ୍ରୋମୋ ରିଲିଜ୍ ହୋଇଛି । ଏହା ଏକ ମ୍ୟୁଜିକାଲ୍ ଟକ୍ ସୋ ଯେଉଁଥିରେ ସାନିଆ ଏବଂ ଶୋଏବ ସେଲିବ୍ରିଟିମାନଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିବ ।

ଏହି ଶୋ ’ପାକିସ୍ତାନୀ ଓଟିଟି ପ୍ଲାଟଫର୍ମ ଉର୍ଦ୍ଦୁଫ୍ଲିକ୍ସରେ ପ୍ରିମିୟର୍ ହେବ । ପ୍ରାୟ ୩୦ ସେକେଣ୍ଡର ଭିଡିଓରେ ସାନିଆ ଏବଂ ଶୋଏବ ଅତିଥିମାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି । ଏହି ଶୋ’ରେ ଅଭିନେତା ହୁମାୟୁନ ସଇଦ, ଫହାଦ୍, ଅଦନାନ୍ ସିଦ୍ଦିକି ଏବଂ ହୋଷ୍ଟ ୱସିମ୍ ବାଦାମି ପହଞ୍ଚିବେ । ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅଧିନାୟକ ଶୋଏବ ମଲିକ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ ସ୍ପୋଟିଫାଏ ଉପସ୍ଥାପନ କରୁଛି “ଦି ମିର୍ଜା ମଲିକ୍ ସୋ, ଖୁବଶୀଘ୍ର ଏହା ଆସୁଅଛି, ଦେଖନ୍ତୁ କେବଳ ଉର୍ଦ୍ଦୁଫ୍ଲିକ୍ସରେ ।’ ପ୍ରୋମୋ ଭିଡିଓରେ ଶୋଏବ କହିଛନ୍ତି, “ହାଏ ମୁଁ ଶୋଏବ ମଲ୍ଲିକ ଏବଂ ଆମେ ସାଙ୍ଗରେ ଆଣୁଛୁ ସ୍ପୋଟିଫାଏ । ଏହା ପରେ ସାନିଆ କହିଛନ୍ତି, ଗୋଟିଏ ସେଲିବ୍ରିଟି ଟକ୍ ସୋ’ରେ , କେବଳ ଉର୍ଦ୍ଦୁଫ୍ଲିକ୍ସରେ ।’

ଏହି ପୋଷ୍ଟରେ ପ୍ରଶଂସକମାନେ ସେମାନଙ୍କ ରିଲେସନସିପ ଷ୍ଟାଟସକୁ ନେଇ କଳ୍ପନା କରିବା ଆରମ୍ଭ କରିଥିଲେ । ଜଣେ ୟୁଜର ଲେଖିଛନ୍ତି, ସେମାନେ ନିଶ୍ଚିତ ଭାବରେ ଛାଡପତ୍ର କରୁଛନ୍ତି । ସେମାନେ ଏହି ପୋଷ୍ଟକୁ ପରସ୍ପରକୁ ଟ୍ୟାଗ୍ କରିନାହାଁନ୍ତି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ନିଜ ଛାଡପତ୍ର ବିଷୟରେ ପ୍ରଚାର କରି କିଏ ପ୍ରୋମୋଶନ କରିଥାଏ ଭାଇ । ସତରେ ଦିନେ ଛାଡପତ୍ର ନେଇ ନିଅନ୍ତୁ । ଅନ୍ୟଜଣେ କମେଣ୍ଟ କରିଛନ୍ତି, “ଏହି ଭିଡିଓ ହେଟର୍ସଙ୍କ ପାଇଁ ଏକ ଉପଯୁକ୍ତ ଉତ୍ତର, ଉଭୟଙ୍କ ପାଇଁ ଖୁସି ଅଛି ।’

Get real time updates directly on you device, subscribe now.